jsm

ରେଙ୍ଗାଲଜୁରୀର ଗୌନ୍ତିଆ ତଥା ପୂର୍ବତନ ୱାର୍ଡମେମ୍ବର ସଂକିର୍ତ୍ତନ ବରିହାଙ୍କ ଏକାଦଶହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

csstore

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର ସାମ୍ବାଦିକ ଗୋରେଖନାଥ ବରିହାଙ୍କ ବଡ଼ବାପା ମଝିଆ ଗୌନ୍ତିଆ ପୂର୍ବତନ ୱାର୍ଡମେମ୍ବର ସଂକିତ୍ତନ ବରିହାଙ୍କ ଏକାଦଶହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଆଦିବାସୀ ସଂଗଠକ, ମଞ୍ଚ କଳାକାର ତଥା ଆଦର୍ଶ ଶିକ୍ଷକ ଲେକୃ ଧରୁଆ, କୌଶଳୀଆ ମାଳୀ ସମାଜର ଉପଦେଷ୍ଟା ତଥା କଲ୍ୟାଣ ସ୍ବେଚ୍ଛାସେବୀ ସଂଗଠନ ସଭାପତି ସୁନାରାମ ପୁଟେଲ, ଆଞ୍ଚଳିକ କରମା ନାଗଫେଣ ସଭାପତି ଭୋଜରାଜ ସିଂ ମାଝୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବରିହାଙ୍କ ଫୋଟୋରେ ପୁଷ୍ପାଞ୍ଜଳି ଅର୍ପଣ କରି ଅମର ଆତ୍ମା ସଦଗତି କାମନା କରିଥିଲେ । ସେ ଜଣେ ମିଠଭାଷୀ ଥିଲେ ବୋଲି ସ୍କୃତିଚାରଣ କରିଥିଲେ । ରହିନାହିଁ କେହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମିତଳେ, ମଞ୍ଚ ମଣ୍ଡଳେ ଦେହ ବହି ଦେବତା ହେଲେ ହେଁ ମରଇ ବୋଲି କହିବା ସହ ମରଣ ଚିରନ୍ତନ ସତ୍ୟ ଏଣୁ ସ୍ବର୍ଗତ ବରିହା ପରିଣତି ବୟସ ଦେହାନ୍ତ ହୋଇଯାଇଛି ତେଣୁ ଆମେ ଧ୍ୱର୍ଯ୍ୟ ଧରି ଭାଇ ଭାଇ ମଧ୍ୟରେ ଏକତା ସଂମ୍ପର୍କ ରକ୍ଷାକରି ଚଲିବା ମା’ ମାତାଙ୍କୁ ସେବା ଶୁଶ୍ରୁଷା କରିବା, ଝିଅ ଜ୍ବାଇଁ ମାନଙ୍କୁ ଉତ୍ତମ ଭାବରେ ମାନିବା ବୋଲି ପରାମର୍ଶ ଦେଇଥିଲେ ଆଦର୍ଶ ଶିକ୍ଷକ ଲେକୃ ଧରୁଆ । ଏଥିସହ ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ ଅଞ୍ଚଳରୁ ଅନେକ ବିଶିଷ୍ଟ ବ୍ୟକ୍ତି, ଶିକ୍ଷାବିତ, ରାଜନେତାଙ୍କ ସମେତ ସର୍ବ ଭାରତୀୟ ବିଂଝାଲ ସମାଜର ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା, ନାନ୍ଧୁପଲା ପଞ୍ଚାୟତ ସଭାପତି ଶଶିକାନ୍ତ ବରିହା, ପାଟଣାଗଡ଼ ବ୍ଲକ କୋଷାଧ୍ୟକ୍ଷ ଗୌରୀ ଶଙ୍କର ବରିହା, ରଘୁନାଥ ବରିହା ଓ ଚଲଣି ସମାଜ ବନ୍ଧୁ ବର୍ଗ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ଆଦିବାସୀ ସଂଗଠକ ମଞ୍ଚ କଳାକାର ତଥା ଆଦର୍ଶ ଶିକ୍ଷକ ଲେକୃ ଧରୁଆ ସଭା ପରିଚାଳନା କରିଥିବା ବେଳେ ସାମ୍ବାଦିକ ଗୋରେଖନାଥ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.