oom

ଭୋଟର୍‌ ତାଲିକାରେ ନାଁ ନଥିବାରୁ ୧୦୬ ଜଣ ଭୋଟ ଦେବାରୁ ବଂଚିତ ହୋଇଥିବା ଅଭିଯୋଗ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଅବସରରେ ଲୋଇସିଂହା ବ୍ଲକ ବାଦିବାହାଲ ଗ୍ରାମପଞ୍ଚାୟତର ୧୧ ନମ୍ୱର ବୁଥ୍‌ ଭାଲୁପାଲି ଗ୍ରାମରେ ୨୦୨୨ ବର୍ଷ ଭୋଟର ତାଲିକା ଅନୁଯାୟୀ ୫୩୫ ଭୋଟର୍‌ ରହିଥିବା ବେଳେ ସେଥି ମଧ୍ୟରୁ ୧୦୬ ଜଣଙ୍କ ଭୋଟର୍‌ ତାଲିକାରେ ନାମ ନଥିବା ଯୋଗୁଁ ସେମାନେ ଭୋଟ ଦେବାରୁ ବଂଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଭୋଟର୍‌ ତାଲିକାରେ ନାମ ନାହିିଁ, ତୁମେ ଭୋଟ ଦେଇପାରିବ ନାହିଁ ବୋଲି କହିଥିବାରୁ ପୋଲିଂ ଅଧିକାରୀଙ୍କ ସହ ଗାଁଲୋକଙ୍କ ଯୁକ୍ତିତର୍କ ହୋଇ ଚାପା ଉତ୍ତେଜନା ଦେଖାଯାଇଥିବା ଜଣାପଡ଼ିଛି । ଭୋଟର୍‌ମାନେ ଭୋଟ ଦେବାରୁ ବଞ୍ଚିତ ହୋଇଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଲୋକେ କହିଛନ୍ତି ଯେ, ୧୦୬ ଜଣଙ୍କ ତାଲିକାରେ ନାମ ନାହିଁ । ପୁଣି ୧ଟା ପରେ ୭୮ ଜଣ ଆସିଥିବାରୁ ବାହାରେ ରହିଯାଇ ସେମାନେ ଭୋଟ୍‌ ଦେଇ ପାରି ନଥିବା ମଧ୍ୟ ଲୋକେ କହିଛନ୍ତି ।

jittmm
Leave A Reply

Your email address will not be published.