ବିଲ୍ ପୈଠକୁ ନେଇ ପ୍ରଶ୍ନ କଲେ ତପସ୍ୱିନୀ : ଆଇଆଇସି କ’ଣ ମୋ ହଜବେଣ୍ଡ୍ ?

ଆଇଆଇସି କ’ଣ ମୋ ହଜବେଣ୍ଡ୍ : ବିଲ୍ ପୈଠକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଫେରାର ଡ଼ା.ସୁମିତ ସାହୁଙ୍କ ପତ୍ନୀ ତପସ୍ୱିନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ଦମ୍ପତି ସୁମିତ୍ ଓ ତପସ୍ୱିନୀ ମାମଲା ଥମିବାର ନାଁ ନେଉନାହିଁ । ଶାଶୁଘରେ ନିଜର ହକ୍ ଦାବୀ କରି ଦୀର୍ଘଦିନ ଧରି ଧାରଣାରେ ବସିଥିବା ତପସ୍ୱିନୀଙ୍କ ମମାଲାରେ ଶୁଣାଣି କରି ତପସ୍ୱିନୀ ଏବଂ ତାଙ୍କ ସ୍ୱାମୀ ଡ଼ା. ସୁମିତ ସାହୁଙ୍କୁ ୭ ଦିନ ପାଇଁ ଏକାଠି ରହିବାକୁ ନର୍ଦ୍ଦେଶ ଦେଇଥିଲେ ମାନ୍ୟବର ଏସ୍ଡିଜେଏମ କୋର୍ଟ । ପରବର୍ତ୍ତୀ ଶୁଣାଣି ୯ ଡିସେମ୍ବରରେ ହେବାକୁ ଥିଲା । ସେପଟେ ସୁମିତଙ୍କ ପରିବାର ପକ୍ଷ ରଖିବାକୁ ଆଉ ୭ ଦିନ ସମୟ ମାଗିଥିଲେ ସୁମିତଙ୍କ ଓକିଲ । ଯାହା ଫଳରେ ୧୦ ଡିସେମ୍ବର ଦିନ ସୁମିତ୍ ଫେରାର ହୋଇ ଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ତପସ୍ୱିନୀ । ସେପଟେ ସୁମିତଙ୍କ ଓକିଲ କହିଛନ୍ତି ଯେ, ସୁମିତ୍ କେଉଁଆଡେ ଯାଇନାହାଁନ୍ତି ବରଂ ବାଲିସିରାରେ ଅଛନ୍ତି । ତେବେ କୋର୍ଟ ଉଭୟଙ୍କୁ ଗେଷ୍ଟ ହାଉସରେ ରହିବା ସହ ସମସ୍ତ ଖର୍ଚ୍ଚ ତୁଲାଇବାକୁ କହିଥିଲେ କିନ୍ତୁ ସୁମିତ୍ କେଉଁଆଡେ ଚାଲିଯାଇଥିବାରୁ ଗେଷ୍ଟ ହାଉସ୍‌ର ବିଲ୍ ପୈଠ କରିଛନ୍ତି ତପସ୍ୱିନୀ । ଅନ୍ୟ ପକ୍ଷରେ ଆଇଆଇସି ତାଙ୍କର ଗେଷ୍ଟ ହାଉସ୍ ବିଲ୍ ପୈଠ କରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି, ତପସ୍ୱିନୀ । ତପସ୍ପିନୀ କହିଛନ୍ତି ଆଇଆଇସି କ’ଣ ମୋ ହଜବେଣ୍ଡ୍ ? ସେ କଣ ମୋ ବିଲ୍ ପୈଠ କରିବେ, ତାଙ୍କର ଏତେ ମାନବିକତା ଆସିଲା କୋଉଁଠୁ, ପୋଲିସ ବିଭାଗକୁ ପ୍ରଶ୍ନ କରି ତପସ୍ୱିନୀ କହିଛନ୍ତି ।

Leave A Reply

Your email address will not be published.