jsm

ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ତେଲ ମହୁଲ ଗ୍ରାମରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଗ୍ରାମବାସୀଙ୍କ ତତ୍ୱାବଧାନରେ ଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହେଇଥିଲା । ଏଥିରେ ସିର୍ଦାର ସିଂ ବରିହା ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବରେ କାର୍ଯ୍ୟନିର୍ବାହ କରିଥିଲେ । ମୁଖ୍ୟ ଶାନ୍ତି ଶିଳ୍ପୀ ଅଜୁର୍ନ ଗିଙ୍ଗିରା ଯୋଗ ଦେଇ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ବିପିନ କୁମ୍ଭାର, ଗୋପାଳ ନାଏକ, ସୁଦାମ ପଣ୍ଡା, ଫକୀର କୁମ୍ଭାର, ମକରନ୍ଦ ସିଂ ବରିହା, ମୁନିବେଗ ପ୍ରଧାନ, ଅମର ବେହେରା, ହରିହର ସାହୁ, ରାଜୀବ ପ୍ରଧାନ, ଭଗବାନ ଭୁଏ, ପ୍ରକାଶ ବେହେରା, ଚିନ୍ତାମଣି ବେହେରା, ଲୋକନାଥ ପ୍ରଧାନ, ଗୋତିଲାଲ କୁମୁରିଆ ପ୍ରମୁଖ ଉପସ୍ଥିତ ଥିଲେ । ବେଳେ ଗ୍ରାମବାସୀ ସହଯୋଗ କରିଥିବା ବେଳେ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା ।

yuvodaya
Leave A Reply

Your email address will not be published.