ବାମଦଳ ଓ କଂଗ୍ରେସ୍ ମିଳିତ ଭାବେ ଭାରତ ବନ୍ଦ ପାଳନ କଲେ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ଆହ୍ୱାନ କ୍ରମେ ଭାରତ ବନ୍ଦକୁ ସଫଳ କରିବାକୁ ନେଇ ଗଞ୍ଜାମ ସହରରେ ସିପିଏମ୍‌, ସିପିଆଇ ଏବଂ କଂଗ୍ରେସ ଦଳ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ପ୍ରଥମେ ଦଳୀୟ କର୍ମୀ ମାନେ ଗଞ୍ଜାମ ସହରସ୍ଥିତ ତ୍ରିବେଣୀ ମଠ ଛକ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଯାହାକୁ ନେଇ ଉଭୟ ପାର୍ଶ୍ୱରେ ଯାନ ବାହନ ଗୁଡିକ ଲମ୍ବା ଲାଇନ୍‌ରେ ଅଟକି ରହିଥିଲା । ପରେ ଗଞ୍ଜାମ ସହରରେ ଏକ ବାଇକ୍ ଶୋଭାଯାତ୍ରାରେ ବାହାରି ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ବନ୍ଦ କରିବା ସହ ପରିଶେଷରେ ତ୍ରିବେଣୀ ଛକ ନିକଟସ୍ଥ ଜାତୀୟ ରାଜପଥ ନିକଟ ସିପିଆଇ ନେତା କୈଳାସ ପଲାଇଙ୍କ ସଭାପତିତ୍ୱରେ ଏକ ପଥ ପ୍ରାନ୍ତ ସଭାରେ ପୂର୍ବତନ ବିଧାୟକ ଏନ. ନାରାୟଣ ରେଡି, ସିପିଏମ ଆଞ୍ଚଳିକ କମିଟି ସମ୍ପାଦକ ତଥା ପାଳିବନ୍ଧ ସରପଞ୍ଚ ଦିଲିପ୍ କୁମାର ଛୋଟରାୟ, କଂଗ୍ରେସ ନଗର କମିଟି ସମ୍ପାଦକ ଟୁନା ଶତପଥୀ ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣନୀତିକୁ ତୀବ୍ର ସମାଲୋଚନା କରିଥିଲେ । ସିପିଏମ୍‌ ପକ୍ଷରୁ ପି. ହରିକୃଷ୍ଣ ରେଡି, ପଦ୍ମଲାଭ ପ୍ରଧାନ, ତ୍ରିଲୋଚନ ପ୍ରଧାନ, ଶ୍ରୀଧର ସ୍ୱାଇଁ, ମାନସ ରଞ୍ଜନ ସ୍ବାଇଁ, ପ୍ରକାଶ ଚନ୍ଦ୍ର ପ୍ରଧାନ, ନରହରି ସାହୁ, ଧର୍ମ ରାଜ ସ୍ୱାଇଁ, ବାଦଲ ସ୍ବାଇଁ, ପ୍ରଶାନ୍ତ ଛୋଟରାୟ, ସିପିଆଇ ପକ୍ଷରୁ ବିଶ୍ଵନାଥ ବିଶ୍ଵାଳ, ଶରତ ପଟ୍ଟନାୟକ, ଜୟ ବାରିକ, ପ୍ରତାପ ବିଶ୍ଵାଳ, କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ଏନ୍.ଗଣେଶ ରେଡି, କୃଷ୍ଣ ଦାଶ, ବିଦୁ ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.