csstore

ଓଜେୟୁ ବୌଦ୍ଧ ଜିଲ୍ଲା ଶାଖାର ନୂତନ କର୍ମକତ୍ତା ଚୟନ : ସଭାପତି ପୂର୍ଣ୍ଣଚନ୍ଦ୍ର, ସଂପାଦକ ଭାଗବତ

ବୌଦ୍ଧ, (ବଂଶୀଧର ମାଝୀ) : ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନ ଓଜେୟୁ ବୌଦ୍ଧ ଜିଲ୍ଲା ଶାଖାର ଏକ ସାଧାରଣ ବୈଠକ ବୌଦ୍ଧ ଠାରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲା ସଭାପତି ସୁକାନ୍ତ ପଟ୍ଟନାୟକଙ୍କ ଇସ୍ତଫା ପରେ ସାଂଗଠନିକ କର୍ମକତ୍ତା ପୁନଃ ଚୟନ କରାଯାଇଛି । ସୁକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ସଙ୍ଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହେବା ସହ ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ମନୋନୟନ ହୋଇଥିଲା । ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ସାହୁ, ଭାଗବତ ମେହେର ସାଧାରଣ ସଂପାଦକ, ସୁଧାଂଶୁ ମିଶ୍ର ଉପ ସଭାପତି, ବଂଶୀଧର ମାଝୀ ସହ ସଂପାଦକ ଏବଂ କୋଷାଧ୍ୟକ୍ଷ ଭାବେ ଦେବାନନ୍ଦ ସାହୁ, ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ଚିତ୍ତରଂଜନ ସିଂ, ଯୁଗଳ କିଶୋର ସାମଲ୍, ଦିବ୍ୟଶଙ୍କର ରାଉତ୍, ସତ୍ୟଜିତ୍ ପଣ୍ଡାଙ୍କୁ ସର୍ବ ସମ୍ମତିକ୍ରମେ ମନୋନୟନ କରାଗଲା । ଶେଷରେ ସଦସ୍ୟ  ସଂଜୀବ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଓଡିଶା ଜର୍ନାଲିଷ୍ଟ୍ ୟୁନିୟନ ବୌଦ୍ଧ ଶାଖାର ସଦସ୍ୟ ସୁଶାନ୍ତ ବେହେରା,ସତ୍ୟ ନାରାୟଣ ପାଣି, ବାସୁଦେବ ସାହୁ, ସୁରେନ୍ ପ୍ରଧାନ,ପ୍ରକାଶ ମେହେର, ବଲଲୁ ପାଢି, ଜୟକୁମାର ମହାରଣା, ଦେବାଶିଷ ମଲ୍ଲୀକ, ଦିବ୍ୟ ଶଙ୍କର ପଟ୍ଟନାୟକଙ୍କ ସମେତ ଜିଲ୍ଲାର ସମସ୍ତ ସଦସ୍ୟମାନେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.