jayashree

ସାମାଜିକ ଦାୟିତ୍ୱ ପ୍ରତି ସଦା ସଚେତନ ମାହେଶ୍ୱରୀ ସେବା ସଂଗଠନ : ଅସହାୟ ବୃଦ୍ଧାଙ୍କୁ ବଢ଼ାଇଲା ସହଯୋଗର ହାତ

ବଲାଙ୍ଗିର, (ଦେବାଶିଷ ମିଶ୍ର) ; ସାମାଜିକ ଦାୟିତ୍ୱ ପ୍ରତି ସଦା ସଚେତନ ମାହେଶ୍ୱରୀ ସେବଂ ସଂଗଠନ । ଅସହାୟ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ସଜାଗ ପ୍ରହରୀ । ଆଜି ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ସୁନନ୍ଦା କୁମ୍ଭାର ସୂଚନା ଦେବାରୁ ବଲାଙ୍ଗିର ପୌରପାଳିକା ଅନ୍ତର୍ଗତ ହାତୀପଡ଼ାର ପୂର୍ଣ୍ଣିମା ହର୍‌ପାଲ୍‌ ନାମ୍ନୀ ଜଣେ ୮୦ ବଷୟ ବୟସ୍କା ଅସୁସ୍ଥ ବୃଦ୍ଧାଙ୍କ ପାଖରେ ପହଂଚିଥିଲା ମାହେଶ୍ୱରୀ ସେବା ସଂଗଠନ । ସଂପୃକ୍ତ ବୃଦ୍ଧା ଜଣକ ଅସୁସ୍ଥ ଥିବା ବେଳେ କଥା ମଧ୍ୟ କହି ପାରୁନଥିଲେ । ତାଙ୍କର କେହି ପରିବାରବର୍ଗ କି ସଂପର୍କୀୟ ନଥିବା ଯୋଗୁଁ ଏକା ପଡ଼ି ରହିଥିଲେ କର୍ମକୁ ଆଦରି । ଏତିକି ବେଳେ ସହଯୋଗର ହାତ ବଢ଼ାଇଲା ମାହେଶ୍ୱରୀ ସେବା ସଂଗଠନ ।

ବୃଦ୍ଧାଙ୍କୁ ଆମ୍ବୁଲାନ୍ସ ଦ୍ୱାରା ଭୀମ ଭୋଇ ମେଡ଼ିକାଲକୁ ନେଇ ସେଠାରେ ଭର୍ତ୍ତି କରିବା ସହ ପ୍ରାଥମିକ ଚିକିତ୍ସା ଆରମ୍ଭ କରାଇଥିଲା । ବର୍ତ୍ତମାନର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୃଦ୍ଧାଙ୍କ କୋଭିଡ଼୍‌ ଟେଷ୍ଟ କରାଯାଇଥିବା ବେଳେ ତାହା ନେଗେଟିଭ୍‌ ଆସିଥିଲା ଏବଂ ଏବେ ଚିକିତ୍ସା ଯୋଗୁଁ ସେ ସାମାନ୍ୟ ସୁସ୍ଥ ଥିବା ଖବରରେ କୁହାଯାଇଛି । ମାହେଶ୍ୱରୀ ମହିଳା ଶାଖାର ସୋନିଆ ବେଜ, ସୁଶ୍ରିତା ଠାକୁର, ମାହେଶ୍ୱରୀ ମେଡ଼ିକାଲ ସଂଯୋଜକ ରାଜ ବାଲୁଙ୍କେଶ୍ୱର ନନ୍ଦ ଉପସ୍ଥିତ ରହି ବୃଦ୍ଧାଙ୍କୁ ଯଥାସାଧ୍ୟ ସହଯୋଗ ପ୍ରଦାନ କରିଥିବା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.