ppurohit

ନର୍ଲା ବିଧାୟକଙ୍କ ଦ୍ୱାରା ରେତ ଜଳସେଚନ ପ୍ରକଳ୍ପରୁ ପ୍ରଥମ ଜଳ ନିଷ୍କାସନ କାର୍ଯ୍ୟକ୍ରମ

2nd

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ରେତ ଜଳସେଚନ ପ୍ରକଳ୍ପର ଉଭୟ ବାମ ଓ ଡାହାଣ କେନାଲରୁ ଏ ବର୍ଷର ପ୍ରଥମ ଜଳ ନିଷ୍କାସନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ମାଧ୍ୟମରେ ଏହି ଜଳ ଛାଡ଼ା ଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ୟ୍ୟକ୍ରମ ପ୍ରାରମ୍ଭରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଉଦ୍ଦେଶ୍ୟରେ ଶୋକସଭା ସହ ନୀରବ ପ୍ରାର୍ଥନା କରାଯାଇଥିଲା।
ଏଥିରେ ମୁଖ୍ୟ ଅତିଥି ନର୍ଲା ବିଧାୟକ ଭୂପିନ୍ଦ୍ର ସିଂ, ମୁଖ୍ୟଯନ୍ତ୍ରୀ ବିଭୁତି ଦାସ, ଡାହାଣ ଓ ବାମ କେନାଲର କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର କୁମାର ରଥ, ପ୍ରସନ୍ନ ପାଣି, ଏସଡିଓ ବୈକୁଣ୍ଠ ଦଳାଇ, ଭୂବନୀ ଚନ୍ଦ୍ର ମାଝୀ, ସମାଜସେବୀ ହାମେଶ ଜୈନଙ୍କ ସମେତ ସମସ୍ତ ଡିଭିଜନ ଯନ୍ତ୍ରୀ ଉପସ୍ଥିତ ଥିଲେ।
କାର୍ୟ୍ୟନିର୍ବାହୀ କମିଟିର ଅଧ୍ୟକ୍ଷା ଶ୍ରୀମତୀ ଚନ୍ଦ୍ରକାନ୍ତି ମେହେର କାର୍ୟ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଶୁନ୍ୟ ମଙ୍ଗରାଜ ସଭା ପରିଚଳନା କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ପାଣି ପଞ୍ଚାୟତର ସମସ୍ତ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏ ବର୍ଷର ପ୍ରଥମ ଜଳ ନିଷ୍କାସନ ଅଂଚଳର ଚାଷୀଙ୍କ ଅନୁରୋଧରେ ହୋଇଥିବା ବେଳେ ଏହି ଜଳ ନର୍ଲା ଓ ଭବାନୀପାଟଣା ବ୍ଲକର ୯୯ଟି ଗ୍ରାମର ଚାଷ ଜମିକୁ ସେଚିତ ହେବ ବୋଲି ବିଧାୟକ ଶ୍ରୀ ସିଂ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.