କଲାହାଣ୍ଡି, (କେପିଏନ୍ଏସ୍) : କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ସୋମବାର ରାପିଡ୍ ଆଣ୍ଟିଜେନ ଟେଷ୍ଟ ସମୟରେ ତହସିଲ ଅଫିସ କନିଷ୍ଠ କିରାଣୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।
ସୂଚନା ମୁତାବକ ସେ ତାଙ୍କ ଘର କଲମପୁର ବ୍ଲକକୁ ନୂଆଁଖାଇ ପାଇଁ ଯାଇଥିବା ବେଳେ କୌଣସି କାରଣରୁ ଦେହ ଅସୁସ୍ଥ ଥିଲା । ଗତକାଲି କର୍ଲାମୁଣ୍ଡା ବ୍ଲକ ସ୍ଥିତ ସରକାରୀ ବିଦ୍ୟାଳୟରେ ରାପିଡ୍ ଆଣ୍ଟିଜେନ ଟେଷ୍ଟ ସମୟରେ ଯୁବକଙ୍କୁ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ତହସିଲଦାର ଶ୍ରୀମତୀ ବାସନ୍ତୀ ସେଠୀ ସୂଚନା ଦେଇଛନ୍ତି ଓ ସରପଞ୍ଚ କୃଷ୍ଣ ଚନ୍ଦ୍ର ବାଗ ଜିଲ୍ଲା ପ୍ରଶାସନଙ୍କ ପରାମର୍ଶ କ୍ରମେ କାର୍ଲମୁଣ୍ଡା ପଞ୍ଚାୟତକୁ ୭୨ ଘଣ୍ଟା ସଟ୍ ଡାଉନ ଘୋଷଣା କରିଥିବା ସରପଞ୍ଚ ସୁଚନା ଦେଇଛନ୍ତି । ପରେ ତହସିଲ କାର୍ଯ୍ୟାଳୟକୁ ଓ ଆଖପାଖ ଅଞ୍ଚଳକୁ ଓଡିଶା ଦମକଳ ବାହିନୀ ସାନିଟାଇଜ କରିଥିଲେ ।