ସାର ସମସ୍ୟା ନେଇ ପୁଇଁନ୍ତଲା ବ୍ଲକ୍‌ ଫାର୍ମର୍‌ ପ୍ରଡ଼୍ୟୁସର କଂପାନୀ ପକ୍ଷରୁ ୬ ଦଫା ଦାବୀପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାର ସମସ୍ୟା ନେଇ ପୁଇଁନ୍ତଲା ବ୍ଲକ୍‌ ଫାର୍ମର୍‌ ପ୍ରଡ଼୍ୟୁସର କଂପାନୀ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ୬ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ୟୁରିଆ ସାରର ଅଭାବୀ ବିକ୍ରି ତଥା ସାର ଦୁର୍ନୀତି ଉପରେ ସ୍ୱର ଉତ୍ତୋଳନ କରି ଚାଷୀନେତାମାନେ ନିଜ ନିଜ ମନ୍ତବ୍ୟ ରଖିଥିବା ବେଳେ ଚାଷୀଙ୍କୁ ଚାଷ ସମୟରେ ଯଥେଷ୍ଟ ପରିମାଣରେ ସାର ଯୋଗାଇ ଦେବାକୁ ଦାବୀ କରାଯାଇଛି । ସାର ବଂଟନରେ ନାହିଁ ନଥିବା ଅନିୟମିତା ରହିଥିବା ବେଳେ ଏଥିପ୍ରତି ପ୍ରଶାସନିକ ଅବହେଳା ରହିଥିବା ବିକ୍ଷୋଭକାରୀମାନେ ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.