ଗଞ୍ଜାମ ଜିଲ୍ଲାସ୍ତରୀୟ “ସୁଶାସନ ଦିବସ, ପ୍ରଶାସନ-ଗାଁ କି ଓର” ସପ୍ତାହ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସ୍ତରୀୟ ‘ସୁଶାସନ ସପ୍ତାହ-ପ୍ରଶାସନ ଗାଁ କି ଓର’ କର୍ମଶାଳା କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡ଼. ପ୍ରମୋଦ କୁମାର ପୃଷ୍ଟି (ସାଧାରଣ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା (ରାଜସ୍ୱ ), ମୃଣାଳିକା ରାଠୋର ଆଇଏଏସ୍‌, ଛତ୍ରପୁର ଉପଜିଲ୍ଲାପାଳ ଶୁଭାଶିଷ ବରାଳ ଯୋଗଦାନ କରିଥିଲେ । ଏହି କର୍ମଶାଳାରେ ସ୍ୱାସ୍ଥ୍ୟ, ଶିକ୍ଷା, ଶିଶୁ ବିକାଶ ଏବଂ ସାଧାରଣଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ସମେତ ଜିଲ୍ଲାର ବିଭିନ୍ନ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସେହିପରି ଗ୍ରାମ୍ୟମୁଖୀ ସଂଯୁକ୍ତ ଅଭିଯୋଗ ଶୁଣାଣି ଓ ଏହାର ସଫଳ କାହାଣୀ ବିଷୟରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଲୋକାଭିମୁଖୀ କରିବା ଓ ଲୋକଙ୍କ ଅସୁବିଧା ତୁରନ୍ତ ସମାଧାନ କରିବା । ଆଜିର ଡିଜିଟାଲ ଯୁଗରେ ସଂଯୋଗୀକରଣର ଗୁରୁତ୍ୱକୁ ବୁଝି ପ୍ରଶାସନ ମୌଳିକ ସଂଯୋଗୀକରଣ ସେବା ଗୁଡ଼ିକୁ ସହଜ କରିବା ପାଇଁ ପଦକ୍ଷେପ ନେଉଛି, ଯାହା ଗ୍ରାମବାସୀଙ୍କୁ ସରକାରୀ ସେବା, ଡିଜିଟାଲ ପ୍ଲାଟଫର୍ମ ଏବଂ କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ଅଧିକ ଦକ୍ଷତାର ସହିତ ପାଇବାକୁ ସକ୍ଷମ କରିପାରିଛି । ଏହି ‘ସୁଶାସନ ସପ୍ତାହ ପ୍ରଶାସନ ଗାଁ କି ଓର’ କର୍ମଶାଳା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ତା. ୧୯ ଡିସେମ୍ବର ଠାରୁ ତା. ୨୫ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲୁରହିଛି । ଏହି ପରୀପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ସୁଶାସନ ସପ୍ତାହ ପ୍ରଶାସନ ଗାଁ କି ଓର କର୍ମଶାଳା ବିଭିନ୍ନ ଗ୍ରାମ ପଞ୍ଚାୟତ ସ୍ତରରେ ଆୟୋଜନ କରାଯାଉଛି । ସମସ୍ତ ବିଭାଗର ସଫଳ କାହାଣୀ ଅବଗତ କରାଇବା, ଜନସାଧରଣଙ୍କ ବିଭିନ୍ନ ଅଭିଯୋଗ ଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ସମାଧାନ କରିବା ସହ ଜନସେବା ପ୍ରଦାନ କରିବା, ବିଚାରଧୀନ ଜନସାଧାରଣଙ୍କ ଅଭିଯୋଗ ତୁରନ୍ତ ସମାଧାନ, ଅନଲାଇନ୍ ସେବା ପ୍ରଦାନ ଓ ଜିଲ୍ଲାର ସମସ୍ତ କର୍ମଚାରୀ ନିଜ ନିଜ ବିଭାଗର ଅଭିଯୋଗକୁ ତୁରନ୍ତ ସମାଧାନ କରିବାକୁ ଡ଼. ପୃଷ୍ଟି କହିଥିଲେ । ଏହି କର୍ମଶାଳାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.