ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ଟଟୋପରା ଗ୍ରାମରେ ହଳଦିଆ ତୈଳିକ ସାହୁ ସମାଜର ଚକ ସଭାପତି ଜୟନ୍ତ କୁମାର ସାହୁଙ୍କ ନେତୃତ୍ୱରେ ମସାଣି ବନ୍ଧରେ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୃଥିବୀର ପରିବେଶକୁ ଠିକ ଭାବେ ସନ୍ତୁଳନ ତଥା ବାୟୁ ମଣ୍ଡଳକୁ ନିୟନ୍ତ୍ରଣ କରିବା ପାଇଁ ମାଁ ପାଇଁ ଗଛଟିଏ ସ୍ଲୋଗାନ ଦେଇ ଲୋକଙ୍କୁ ଜାଗ୍ରତ କରି ବୃକ୍ଷ ରୋପଣ ଆରମ୍ଭ କରାଯାଇଥିଲା । ମୋଟ ୪୨ଟି ଆମ୍ବ, ପଣସ, ପିଜୁଳି ଓ ଜାମୁକୋଳି ଭଳି ଚାରାରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାହୁ ସମାଜର କୋଷାଧ୍ୟକ୍ଷ ହରିଶ୍ଚନ୍ଦ୍ର ସାହୁ, ଚକାନୟନ ସାହୁ, ପ୍ରଦୀପ ସାହୁ, ରୂପେଶ ସାହୁ, ଖଗେଶ୍ୱର ସାହୁ, ବିକି ସାହୁ, ଯୁବରାଜ ସାହୁ, ଗଣେଶ ସାହୁ, ଯୁଧିଷ୍ଠିର ସାହୁ, ମଦନ ସାହୁ, ବୁଦ୍ଧଦେବ ସାହୁ, ଉଦ୍ଧବ ସାହୁ ଓ ମାତୃମଣ୍ଡଳୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଏହି ମୂଲ୍ୟବାନ ଚାରାଗୁଡ଼ିକର ଉପଯୁକ୍ତ ଯତ୍ନ ନିଆଯିବ ବୋଲି ଚକ ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।
