ନୂଆପଡା, (କେପିଏନ୍ଏସ୍) : ନୂଆପଡା ଜିଲ୍ଲା ଜୋଙ୍କ ପୋଲିସକୁ ମିଳିଛି ବଡ଼ ସଫଳତା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆଙ୍କୁ କାବୁ କରି ତାଙ୍କଠାରୁ ଗଞ୍ଜେଇ, ବ୍ୟବହୃତ କାର, ମୋବାଇଲ, ଟଙ୍କା ଜବତ୍ ସହ ସାତ ପୁରୁଷ ଓ ପାଞ୍ଚ ଜଣ ମହିଳାଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଆଜି ଆହୁତ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସ୍.ପି. ଜି. ଆର୍ ରାଘବେନ୍ଦ୍ର ସୂଚନା ଦେଇଛନ୍ତି । ଆନ୍ତଃ ରାଜ୍ୟ ମାଫିଆଙ୍କ ଠାରୁ ୩୮ କେଜି ୬୭୮ ଗ୍ରାମ (୨୮ ପ୍ୟାକେଟ)ରେ ଭର୍ତ୍ତି ଗଞ୍ଜେଇ ଜବତ ହୋଇଛି । କାର ଯୋଗେ ସେମାନେ ଗଞ୍ଜେଇକୁ ମଧ୍ୟପ୍ରଦେଶ ରାଜ୍ୟ ବିଦିଶା ଜିଲ୍ଲାକୁ ନେଉଥିଲେ । ଗୋଟିଏ ଆଇଟେନ୍ କାର ଓଡ଼ି- ୦୫-ଜି ୩୯୧୧, ୪ଗୋଟି ମୋବାଇଲ ଫୋନ, ୪ଟି ଆଧାରକାର୍ଡ, ୨୭,୧୦୦/- ଟଙ୍କା ଜବତ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ଡ୍ରାଇଭର ଚିତ୍ତରଞ୍ଜନ ତାଣ୍ଡି (୩୬) ଓ ଜିନା ତାଣ୍ଡି (୩୪) ଉଭୟ କୋମନା ବ୍ଲକ ଜେଠୁପାଲି ଗ୍ରାମର ଅଟନ୍ତି । ଶଙ୍କର ରେଖୱାର, ସୁରେନ୍ଦ୍ର ପରିହାର, ଗଞ୍ଜବସୋଦା, ଜିଲ୍ଲା ବିଦିଶା (ମଧ୍ୟପ୍ରେଦେଶ) ଅଶୋକ ସୋଦ(୪୦) ସୁଜାଲପୁରମଣ୍ଡି, ଜିଲ୍ଲା ଶାଜାପୁର, ରାକେଶ ବଚକର (୨୦) ଶିବନଗର, ଲଖନ ଲାଲ (୪୮) ସୁଜାଲପୁର ମଣ୍ଡି, ଭଗତ ସିଂହ (୬୫) ତଳୟା, ଭୋପାଳ, ବବଲି (୪୦) ସୁଜାଲପୁର ମଣ୍ଡି, ନିରାଶା (୩୫) ସୁଜାଲପୁର ମଣ୍ଡି, ମାଳତୀ ଭେଶକର (୫୦) ସୁଜାଲପୁର ମଣ୍ଡି, ମମତା ସୋଦ (୩୫) ସୁଜାଲପୁର ମଣ୍ଡି ଏ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜୋଙ୍କ ପୋଲିସ୍ ଥାନା କେସ ନମ୍ବର-୧୪୫, ୮ ଜୁଲାଇ ୨୦୨୫, ଅଣ୍ଡର ସେକ୍ସନ ୧୧୧(୪) ବିଏନ୍ଏସ୍ ଓ ଏନ୍ଡିପିଏସ୍ ଆକ୍ଟ ୧୯୮୫ ରୁଜୁ କରାଯାଇଛି । ଏ ଅବସରରେ ଜୋଙ୍କ ଥାନ ଆଇଆଇସି ପ୍ରଦୀପ କୁମାର ଧରୁଆ ଉପସ୍ଥିତ ଥିଲେ ।
