ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଳପଡା ପଂଚାୟତ ଉଚ୍ଚ ବିଦ୍ୟାଳୟଠାରେ ଶ୍ରମିକ ଶକ୍ତି ସଂଘ ଓ ଉଚ୍ଚ ବିଦ୍ୟାଳୟରର ମିଳିତ ଉଦ୍ୟମରେ ୭୬ ତମ ବନ ମହୋତ୍ସବ ଉପଲକ୍ଷେ “ଏକ ପେଡ ମା’ କେ ନାମ ” କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ରସାନନ୍ଦ ମହାପାତ୍ର ବୃକ୍ଷ ଦେବତାଙ୍କ ପୂଜାର୍ଚ୍ଚନା ପୁର୍ବକ ଉଦଘାଟନ କରିଥିଲେ । ତାପରେ ବିଦ୍ୟାଳୟ ପରିସର ମଧ୍ୟ ରେ ଅଁଳା, ଲେମ୍ବୁ, ପଣସ, ଇତ୍ୟାଦି ଔଷଧିୟ ଓ ଫଳ ବ୍ରୁକ୍ଷ ସଂଗଠନର ଷ୍ଟାଫ ଯଥା, ସମିର, ତପନ, ଦୁର୍ଗେଶ, ଦିବ୍ୟ, କୈବଲ୍ୟ, ସତ୍ୟ , ତପସ୍ଵିନୀ, ଶୋଭାଗିନି, ସଂଗିତା, ତୁଲାବତି ସହଯୋଗ କରିଥିଲେ । ଉଦ୍ୟାନ ବିଭାଗ ବଙ୍ଗୋମୁଣ୍ଡାରୁ ସୁଶୀଲ ମେହେର ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ସମର କୁମାର ଜେନା ସଂଯୋଜନା କରିଥିବା ବେଳେ ସହକାରୀ ଶିକ୍ଷକ ଗଣେଶ୍ଵର ସ୍ୱାଇଁ, ସୁମଂଚ ବେହେରା, ବନମାଳି ମେହେର ଓ ଶିକ୍ଷୟତ୍ରୀ ପୂର୍ଣ୍ଣିମା ମେହେର ସହଯୋଗ କରିଥିଲେ । ଶ୍ରମିକ ଶକ୍ତି ସଂଘର କାର୍ଯ୍ୟକ୍ରମ ସଂଯୋଜକ ଗୁରୂଗୋବିନ୍ଦ ସିଂହ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବନମହୋତ୍ସବ ପାଳନ କରାଯାଇଥିଲା । ପ୍ରକାଶ ଥାଉ କି ଶ୍ରମିକ ଶକ୍ତି ସଂଘ ୨୦୨୪-୨୫ ମସିହାରେ ଓଡ଼ିଶା ସରକାରଙ୍କ ଜଂଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ମିତ୍ର ସମ୍ମାନ ରେ ସମ୍ମାନିତ ହୋଇଛି । ବିଦ୍ୟାଳୟରର ଇକୋ କ୍ଲବ ଓ ସ୍କାଉଟ ଛାତ୍ରଛାତ୍ରୀ ସମେତ ସମସ୍ତ ଛାତ୍ରଛାତ୍ରୀଙ୍କ ମୂଖ୍ୟ ଭୂମିକା ରହିଥିଲା । ଏଥିରେ ଶିକ୍ଷକ ଓ କର୍ମଚାରୀ ମାନେ ସାମିଲ ହୋଇଥିଲେ ।

Prev Post