oom

ସିକ୍ୟୁରିଟି ଗାର୍ଡଙ୍କ ଧର୍ମଘଟର ତୃତୀୟ ଦିନରେ ପହଞ୍ଚିଲେ କୋରାପୁଟ ଓ ପଟ୍ଟାଙ୍ଗି ବିଧାୟକ

jsmm

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସୁନାବେଡ଼ା ହାଲରେ କାର୍ଯ୍ୟରତ ପ୍ରାଇଭେଟ୍ ସିକ୍ୟୁରିଟି କର୍ମଚାରୀଙ୍କ ଆନ୍ଦୋଳନର ତୃତୀୟ ଦିନର ଧାରଣାରେ ପହଞ୍ଚିଲେ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ । ପରେ ହାଲ୍‌ ଇଡି ଏବଂ ଲେବର କମିସନରଙ୍କୁ ସ୍କିଲ ହିସାବରେ ବାର୍ଷିକ ବୋନସ ଦେବାପାଇଁ ଆଲୋଚନା କରିବି ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ପରେ କୋରାପୁଟ ବିଧାୟକ ରଘୁରାମ ମାଛ ପହଞ୍‌ଞ୍ଚି ହାଲ୍‌ ଇଡି, ଡିଜିଏମ୍‌ ଏଚ୍‌ଆର୍‌ ଓ ସିକ୍ୟୁରିଟି ବିଭାଗ ସହ ଆଲୋଚନା କରିବି ବୋଲି କହିଥିଲେ । ଏହି ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି କୋରାପୁଟ ବିଧାୟକ ରଘୁରାମ ମାଛ କହିଛନ୍ତି । ସୁନାବେଡା ପୌରଅଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର ପାତ୍ର ମଧ୍ୟ ଏହି ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା କରିଥିଲେ । ସିକ୍ୟୁରିଟି ଗାର୍ଡଙ୍କ ଏହି ଧର୍ମଘଟ ତିନିଦିନ ଧରି ଚାଲୁଥିବା ବେଳେ ଏହି ସମସ୍ୟାର ସମାଧାନ କେବେ ହେବ ଦେଖବାକୁ ବାକି ରହିଲା ।

jittmm
Leave A Reply

Your email address will not be published.