ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଲୀଳା କଳାକାର ନିର୍ଦ୍ଦେଶକ ଈଶ୍ୱର ଚନ୍ଦ୍ର ପାଣ୍ଡିଆଙ୍କ ୮୩ ବର୍ଷ ବୟସରେ ନିଜ ଗ୍ରାମ ବଲାଙ୍ଗିର ସଦର ବ୍ଲକ ଦୁଆନପାଲି ଠାରେ ଦେହାନ୍ତ ହୋଇଯାଇଛି । ଗୁରୁ ଶ୍ରୀ ପାଣ୍ଡିଆ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଦୀର୍ଘ ଚାଳିଷ ବର୍ଷ ଶିକ୍ଷକତା କରି ଅବସର ନେଲା ପରେ ଲୀଳା ନାଟକ ଓ ସମାଜସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ନିକଟସ୍ଥ କୁଟୁମଡୋଲା, ବାନ୍ଧନଘୋର ଓ ଦୁଆନପାଲି ଠାରେ ନିଜର କର୍ମକ୍ଷେତ୍ର ପରିସରରେ ଉଭୟ ଶିକ୍ଷା ତଥା ନାଟକ କ୍ଷେତ୍ରରେ ଶହ ଶହ ଶିଷ୍ୟ ସୃଷ୍ଟି କରିପାରିଛନ୍ତି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ, ପୁତ୍ର ଗୋପାଳ, ପ୍ରଫୁଲ୍ଲ ଓ ଦୀଲିପ, ପୁତୁରା ଅଖିଳ, ସମସ୍ତ ବୋହୁ, ନାତି, ନାତୁଣୀ, ବନ୍ଧୁବର୍ଗ, ଅନେକ ଛାତ୍ର ଛାତ୍ରୀଙ୍କ ସହ ଭାଇ ଭରତ ଚନ୍ଦ୍ର ପାଣ୍ଡିଆ ଉପସ୍ଥିତ ଥିଲେ । ଅନୁଜ ଲକ୍ଷ୍ମଣ ଓ ଶତୃଘ୍ନ ପୂର୍ବରୁ ଇହଧାମ ତ୍ୟାଗ କରିଛନ୍ତି । ସୁକତେଲ ନଦୀକୂଳରେ ସାମାଜିକ ଦୂରତା ପାଳନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।
Next Post