oom

ଆଗଲପୁର ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ବିଜ୍ଞାନ ପ୍ରଦର୍ଶନୀ ଉଦ୍‌ଯାପିତ

jsmm

ଆଗଲପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଓଡିଶା ଆଦର୍ଶ ବିଦ୍ୟାଳୟ ଡୁଡୁକା ଠାରେ ଆଗଲପୁର ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ବିଜ୍ଞାନ ପ୍ରଦର୍ଶନୀ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ସଭାରେ ଆଗଲପୁର ବ୍ଲକ ଶିକ୍ଷାଧିକାରୀ ଶ୍ୟାମ ମେହେର, କନଭେନର ବାଳକୃଷ୍ଣ ମହାନନ୍ଦ, ସଂଯୋଜକ ତାରାକାନ୍ତ ମିଶ୍ର, ପ୍ରିନ୍ସିପାଲ ପ୍ରବୀଣ ସାହୁ ଏବଂ ବିଚାରକ ଭାବରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗିରର ଶ୍ରୀମତୀ ଅରୁନ୍ଧତୀ ବଢେଇ, ଉନ୍ନୀତ ଉଚ୍ଚ ବିଦ୍ୟାଳୟ କର୍ଲାପିଟାର ଶ୍ରୀମତୀ ମୌସୁମୀ ନାୟକ, ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମାଧିଆପାଲିର ଶ୍ରୀମତୀ ଲୀଳାବତୀ ମିଶ୍ର ଓ ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟର ବିନୋଦିନୀ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଦର୍ଶନୀରେ ମୋଟ ୧୨୩ ପ୍ରକଳ୍ପ ସାମିଲ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆଗଲପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁଲଦୀପ ମହାନ୍ତି ଯୋଗଦେଇ ବିଜ୍ଞାନ କଣ, କାହିଁକି ଓ କାହାପାଇଁ ଉପରେ ଆଲୋକପାତ କରିଥିଲେ । କନିଷ୍ଠ ବିଭାଗରୁ କୈଳାସ ପୁଟେଲ, ଆଶିଷ ସାହୁ ଓ ଅଞ୍ଜଳି ସାହୁ, ବରିଷ୍ଠ ବିଭାଗରୁ ବେଷ୍ଟ ସେଭେନରେ ଲିସା ନାଏକ, ହିତେଶ ଦଣ୍ଡସେନା, ସୁମନ ତାଣ୍ଡି, ସପର୍ଣ୍ଣା ସେଲିନା ପୁରୋହିତ, ଲିଜା ମେହେର, ସୋନାଲିକା ନାଏକ ଓ ରୋସନ ସାହୁ ଏବଂ ରେଷ୍ଟ ସେଭେନରେ ପଦ୍ମଲୋଚନ ମିଶ୍ର, ରୋସନ ଦୋରା, ମାନସ ଦ୍ୱାରୀ, ଶୁଭମ ଖମାରୀ, ଲୋକେଶ୍ୱରୀ ପଧାନ, ମନିଷା କୁମ୍ଭାର, ପ୍ରତିକ୍ଷା ପ୍ରିୟଦର୍ଶିନୀ ବେହେରା ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ପାଇଁ ମନୋନୀତ ହୋଇଥିଲେ । ବିଜ୍ଞାନ ଶିକ୍ଷକ ଦିଲ୍ଲୀପ କୁମାର ଧଳ ଏବଂ ସଚ୍ଚିଦାନନ୍ଦ ପଧାନ ବିଜ୍ଞାନ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ । ପ୍ରଦର୍ଶନୀରେ ଜଗଦା ବିଶ୍ୱାଳ, ପ୍ରଦୀପ ପଧାନ, ଅଜିତ ହୋତା, ବିବେକା ପାତ୍ର, ସ୍ନିଗ୍ଧା ସାହୁ, ବଶିଷ୍ଠ ବାରିକ, ସୁଜିତ ସତପଥି ତଥା ବ୍ଲକର ସମସ୍ତ ସାଧନକର୍ମୀ ଅନ୍ୟାନ୍ୟ ବିଜ୍ଞାନ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.