ଆଗଲପୁର ବ୍ଲକର ୨ ଜଣଙ୍କୁ ପ୍ରକୃତିବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ

ଆଗଲପୁର, (ସୁଶୀଲ କୁମାର ମିଶ୍ର) : ଚଳିତ ବର୍ଷ ୭୦ ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ବଲାଙ୍ଗିର ବନଖଣ୍ଡ ଅଧିକାରୀଙ୍କ କାର୍ୟ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରକୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ଆଗଲପୁର ବ୍ଲକରୁ ପ୍ରକୃତିବନ୍ଧୁ ଭାବେ ଭରସୁଜା ଛେଲିଆପାଟ ହାଇସ୍କୁଲର ବରିଷ୍ଠ ସହକାରୀ ଶିକ୍ଷକ ଆନନ୍ଦ କୁମାର ସାହୁ ମନୋନୀତ ହୋଇଥିବା ବେଳେ ପ୍ରକୃତି ମିତ୍ର ଭାବରେ ନଅଗାଁ (କ) ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ମନୋନୀତ ହୋଇଛି । ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷକ ଅନନ୍ତ କୁମାର ସାହୁ ମାନପତ୍ର ଓ ୨୦ ହଜାର ଟଙ୍କା ପୁରସ୍କାର ରାଶି ଗ୍ରହଣ କରିଥିବା ବେଳେ ପ୍ରକୃତି ବନ୍ଧୁ ଆନନ୍ଦ କୁମାର ସାହୁ ମାନପତ୍ର ସହ ୧୦ ହଜାର ଟଙ୍କା ପୁରସ୍କାର ରାଶି ଗ୍ରହଣ କରିଛନ୍ତି । ଏହି ସଫଳତା ପାଇଁ ଆଗଲପୁର ବ୍ଲକରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୁରସ୍କାର ପ୍ରାପ୍ତ ୨ ଜଣ ଏବଂ ଅନୁଷ୍ଠାନ ଆହୁରି ଉତ୍ସାହିତ ହୋଇ ଆଗକୁ ପ୍ରକୃତିର ସୁରକ୍ଷା ପାଇଁ ନିଜକୁ ଓ ଅନୁଷ୍ଠାନକୁ ଉତ୍ସର୍ଗ କରିବେ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.