oom

ଫସଲର ବିବିଧକରଣ କାର୍ଯ୍ୟକ୍ରମ ଉପରେ ପଥପ୍ରାନ୍ତ କାର୍ଯ୍ୟକ୍ରମ

jsmm

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ଆଗଲପୁର ବ୍ଲକର କୃଷି, ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ତରଫରୁ ଏବଂ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ଆନୁକୁଲ୍ୟରେ ଫସଲର ବିବିଧକରଣ କାର୍ଯ୍ୟକ୍ରମ ପଥପ୍ରାନ୍ତ ପ୍ରଦର୍ଶନ ଦ୍ୱାରା ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ସାଂସ୍କୃତିକ ଦଳ ଦ୍ୱାରା ସଂଚାରର ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ଲକ କୃଷି ଅଧିକାରୀ ଆଶିଷ କୁମାର ପାଣିଗ୍ରାହୀ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ଖରିଫ ଋତୁରେ ଉପର ଓ ମଧ୍ୟମ ଜମିର ଧାନ ଫସଲ ଅଂଚଳକୁ ଅଣଧାନ ଫସଲରେ ବିବିଧତା ଆଣିବା ପାଇଁ ଡାଲି ଓ ତୈଳବୀଜ ତଥା ଉଦ୍ୟାନ କୃଷି ଉପରେ ଗୁରୁତ୍ୱ ଦେବା, ମୃତ୍ତିକା ଉର୍ବରତାରେ ଉନ୍ନତି ଆଣିବା ଓ ଚିରନ୍ତନ ଫସଲ ପ୍ରଣାଳୀ ଏବଂ ବିବିଧତା ଉପରେ ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ସଂଚାର ସାଂସ୍କୃତିକ ଦଳ ମାଧ୍ୟମରେ ସଚେତନ କରାଯାଇଥିଲା । ବାଞ୍ଛାବଟ ନାଏକ, ସୁଦାମ ବିଶି, ଉମା ଜୁଏଡ଼ ପ୍ରମୁଖ ସଂଚାର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗ୍ରାମ୍ୟ କୃଷି କର୍ମଚାରୀ ନୀଳମଣି ସାହୁ, ବସନ୍ତ ମାଝୀ, ସତ୍ୟବ୍ରତ ମଲ୍ଲିକ, ମନୋଜ ପଧାନ, ପ୍ରଶାନ୍ତ କୁଅଁର, ଅଚ୍ୟୁତ ବାଗ, ଅନିଲ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ଗୋବିନ୍ଦ ଚନ୍ଦ୍ର ବିଶି କାର୍ଯ୍ୟକ୍ରମ ପରିଚାଲନା କରିଥିଲେ ।

jittmm
Leave A Reply

Your email address will not be published.