ବନ୍ଧ ପାଣିରେ ଭାସୁଛନ୍ତି ମଲାମାଛ : ଗାଁରେ ଅନେକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଉପରବାହାଲ ପଂଚାୟତର ଉପରବାହାଲ ଗ୍ରାମରେ ଅନେକ ଲୋକ ଝାଡାବାନ୍ତିରେ ଆକ୍ରନ୍ତ । ସୂଚନା ଅନୁସାରେ ଗତ ୩ରୁ ୪ଦିନ ଭିତରେ ବହୁତ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଯିବାରୁ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ ଗାଁକୁ ଆସି ଚିକତ୍ସା କରୁଥିବା ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣକୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ପଠା ଯାଇଥିବା ବେଳେ ଜଣକୁ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି । ଅନ୍ୟ ଆକ୍ରନ୍ତଙ୍କୁ ଉପରବାହାଲ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ରଖି ଚିକିତ୍ସା କରାଯାଉଛି । ଗ୍ରାମବାସୀଙ୍କ ଅଭିଯୋଗ, ଗାଁରେ ଥିବା ତଳି ବନ୍ଧରେ ମାଛଚାଷ କରାଯାଇଛି । ବନ୍ଧରେ ବିଭିନ୍ନ ପ୍ରକାର ମାଛ ଖାଦ୍ୟସହ କିଛି ରାସାୟନିକ ପଦାର୍ଥ ପକାଯାଉଛି । ଫଳରେ ଅନେକ ଚାଷ ହୋଇଥିବା ବଡ ମାଛ ମରିଯାଇ ପାଣିରେ ଭାସି ପଚିସଢି ପାଣିରେ ମିଳେଇ ଯାଉଛନ୍ତି । ମଲାମାଛ ପାଣିରୁ ବାହାର କରାଯାଉନାହିଁ । ସେହି ପାଣିକୁ ଗାଁର ଅଧିକାଂଶ ଲୋକ ଗାଧୋଇବା ସହ ଖାଇବା ଓ ପିଇବା ପାଇଁ ବ୍ୟବହାର କରୁଛନ୍ତି । ପଂଚାୟତ ଏମବିକେ ଗାଁକୁ ଆସି ବନ୍ଧର ପାଣି ସଂଗ୍ରହ କରି ପାଣିର ନମୂନା ପରୀକ୍ଷା ପାଇଁ ପଠାଇଥିବା ଜଣାପଡିଛି । ଏହା ଉପରେ ଜିଲ୍ଲା ପ୍ରଶାସନ ଅନୁଧ୍ୟାନ କରି ଆଗକୁ କିପରି ଆହୁରି ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ନହେବେ ତା’ ଉପରେ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜନସାଧାରଣ ଦାବୀ କରିଛନ୍ତି ।

Leave A Reply

Your email address will not be published.

error: Content is protected !!