csstore

ସାହିତ୍ୟ ଓ ସଂଗୀତର ଯୁଗଳବନ୍ଦୀ ଶ୍ରୀଉତ୍ସବ ଆୟୋଜିତ

● ଶ୍ରୀରୂପା ପବ୍ଲିକେସନ୍ ଡଟ୍ କମ୍ ଉନ୍ମୋଚିତ
● ଏଣିକି ଅନଲାଇନରେ ମିଳିବ ଶ୍ରୀରୂପାର ବହି

ଭବାନୀପାଟଣା, (କେପିଏନ୍‌ଏସ୍‌) : ପୁସ୍ତକ ପ୍ରକାଶନ ସଂସ୍ଥା ଶ୍ରୀରୂପା ପବ୍ଲିକେସନ୍ ପକ୍ଷରୁ ସାହିତ୍ୟ ଓ ସଂଗୀତକୁ ନେଇ ‘ଶ୍ରୀଉତ୍ସବ’ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ରାମନଗର ପଡ଼ା ଗୋଲାପ ବାଗନା ଠାରେ ଆୟୋଜିତ ଉତ୍ସବରେ ‘ଶ୍ରୀରୂପା’ର ନିର୍ଦ୍ଦେଶିକା ଜାନକୀ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ‘ସାହିତ୍ୟ କଥା’ ପତ୍ରିକାର ସଂପାଦକ ସକିତ ରତେ, ‘ମହୁରି’ ପତ୍ରିକାର ମୁଖ୍ୟ ସଂପାଦକ ଭବାନୀ ଶଙ୍କର ନିଆଲ, ବିଶିଷ୍ଟ କବି ନିରୋଜ ପଟ୍ଟନାୟକ, ବିଶିଷ୍ଟ କବୀ ସ୍ନେହଲତା ଷଡ଼ଙ୍ଗୀ, ସଙ୍ଗୀତଜ୍ଞ ମନୋଜ କୁମାର ମୁଣ୍ଡ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

ଏହି ଅବସରରେ ୱେବସାଇଟ୍ ଶ୍ରୀରୂପା ପବ୍ଲିକେସନ୍ ଡଟ୍ କମ୍ (www.srirupapublications.com) ଉନ୍ମୋଚିତ ହୋଇଥିଲା ।

ୱେବସାଇଟ୍ ନିର୍ମାତା ‘କୋଡ୍ କେନନ୍’ ଏହାକୁ ଡିଜାଇନ୍ କରିଥିବା ବେଳେ ଏହା ମାଧ୍ୟମରେ ପାଠକମାନେ ଘରେ ଥାଇ ଅନଲାଇନରେ ବହି ମଗାଇ ପାରିବେ ବୋଲି ନିର୍ଦ୍ଦେଶିକା ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି । ଏହି ଅବସରରେ ଆୟୋଜିତ ଭଜନ ସନ୍ଧ୍ୟାରେ ସୁକନ୍ୟା ଦାସ, ସାବିତ୍ରୀ ମହାରଣା, ଶିବାନୀ ପଟ୍ଟନାୟକ, ସାଇ ସୁନୈନା ମୁଣ୍ଡ ଓ ପଙ୍କଜ ତାଣ୍ଡେ କଣ୍ଠଦାନ କରିଥିବା ବେଳେ ଲିଲେଶ କୁମାର ସାହୁ, ସୁପ୍ରଭାତ ଚଲାନ ଓ ସୁବାସ ପଟ୍ଟନାୟକ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ । ନ୍ୟୁଜ୍ ପୋର୍ଟାଲ୍ ‘ଓଡ଼ିଆ ବାର୍ତ୍ତା’ ଓ ‘ସୂର୍ୟ୍ୟକାନ୍ତି ଟିଭି’ ପକ୍ଷରୁ କାର୍ୟ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା । ଯୁବ କଳାକାର ଡିଲେଶ୍ୱର ରଣା କାର୍ୟ୍ୟକ୍ରମ ସଂଯୋଜନା କରିଥିବା ବେଳେ ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ୟ୍ୟକ୍ରମରେ କବି ଦକ୍ଷ ସାହୁ, ଗୀତାଞ୍ଜଳି ବେହେରା, ଦୀପକ ବାଗ ପ୍ରମୁଖ ସହଯୋଗ କରିଥିଲେ।

jayashree
Leave A Reply

Your email address will not be published.