ମାୟାବର୍ହା ହାଇସ୍କୁଲରେ ଗଣିତ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ଗଣିତ ଦିବସ ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଗଣିତ ଶିକ୍ଷକ ଯୋଗଦେଇ ନିଜସ୍ଵ ବକ୍ତବ୍ୟ ରଖିଥିଲ । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ଦିବସର ଉଦ୍ଦେଶ୍ୟ କହିବା ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଦଶମ ଶ୍ରେଣୀର ଛାତ୍ରୀ ସିତୁ ସାହୁ ସଂଯୋଜନା କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜନନିକା ନାଏକ, ଲିପ୍ସା ଜୁଆଡି, ଅର୍ଚ୍ଚିତା ପ୍ରଧାନ, ମୁସ୍କାନ ସାହୁ, ଶୁଭଶ୍ରୀ ପୁଟେଲ, ତନୁଶ୍ରୀ ଯୁଆଡି, କିରଣ ପୁଟେଲ, ସ୍ନିଗ୍ଧା ପ୍ରଧାନ ପ୍ରମୁଖ ଦିବସର ଗୁରୁତ୍ଵ ବିଷୟରେ ମତବ୍ୟକ୍ତ କରିଥିଲେ । ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.