ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ମୋ-ବସଷ୍ଟାଣ୍ଡ ପରିସରରେ ଅତ୍ୟାଧୁନିକ ଢାଞ୍ଚାରେ ପ୍ରାୟତଃ ୩୦ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ଆହାର ରୋଷେଇ ଘରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୫ମାର୍ଚ୍ଚ ୨୦୨୩ ରିଖରେ ଲୋକାର୍ପଣ କରିଛନ୍ତି । ଆଜି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଏହି ରୋଷେଇ ଘରର ଶୁଭାରମ୍ଭ କରିଛନ୍ତି । ଛତ୍ରପୁର ପୌର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି.ପାପା ରାଓ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, କାଉନ୍ସିଲରଗଣ, ସ୍ୱଚ୍ଛସାଥୀ, ମିଶନ ଶକ୍ତି ମହିଳା ପ୍ରମୁଖଙ୍କ ଏକ ବହୁଳ ସାମାବେଶରେ ଆଜି ଏହାର ଶୁଭାରମ୍ଭ ହୋଇଛି । ଛତ୍ରପୁର ଠାରେ ଅବସ୍ଥାପିତ ଆହାର କେନ୍ଦ୍ରକୁ ଏଠାରୁ ଏଣିକି ସ୍ୱତନ୍ତ୍ର ଭାବେ ମିଶନଶକ୍ତିର ମାଆମାନଙ୍କ ଦ୍ୱାରା ରୋଷେଇ ହେବ, ଏବଂ ଏହି କେନ୍ଦ୍ର ଆହାର ଯୋଗାଇବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।