oom

କଳାହାଣ୍ଡି ବିକାଶ ପରିଷଦ ପୁନଃ ଗଠିତ

jsmm

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା କୋମନା ବ୍ଲକ ଛତା ଗ୍ରାମଠାରେ କଳାହାଣ୍ଡି ବିକାଶ ପରିଷଦର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଜଣେ ସଚୋଟ ସ୍ୱେଚ୍ଛାସେବୀ ରୂପେ ସ୍ୱର୍ଗତ ରବି ଦାସ ଏହି ଅଞ୍ଚଳରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ତାଙ୍କ ଦ୍ୱାରା କଳାହାଣ୍ଡି ପରିଷଦ ଗଠନ କରି ଲୋକଙ୍କ ହାତକୁ କାମ ଯୋଗାଇଥିଲେ ।

କଳାହାଣ୍ଡି ବିକାଶ ପରିଷଦ ସଭାପତି ରୂପେ ଅଜିତ କୁମାର ପଣ୍ଡା, ସମ୍ପାଦକ ରୂପେ ସାଧବୀ ସିନ୍ଦୁରା, କୋଷଧକ୍ଷ ରୂପେ ତ୍ରିଲୋଚନ କଟା, କାର୍ଯ୍ୟକାରୀ ସଦସ୍ୟ ରୂପେ ଆଠ ଜଣ ସଦସ୍ୟ ଶାନ୍ତି ଜଗତ, ଦୀନା ଜଗତ, ପ୍ରେମଶିଳା ଦୀପ, ରାଜୁ ମାଝୀ, ଖଗେଶ୍ୱର ସୁନାନୀ, ରତନେ ମାଝୀ, ପ୍ରତାପ କେଶରୀ ପଟ୍ଟନାୟକ, ହରେ ମେହେର ମନୋନୀତ ହୋଇଛନ୍ତି । ସେହପରି ଏକ ଉପଦେଷ୍ଟା ମଣ୍ଡଳୀ ମଧ୍ୟ ଗଠନ ହୋଇଛି ।

jittmm
Leave A Reply

Your email address will not be published.