ପୁରୋହିତ ହସପିଟାଲରେ ବିଶ୍ୱକର୍ମା ପୂଜା ଏବଂ ରୋଗୀ ସୁରକ୍ଷା ଦିବସ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ପାଇଁ ଉତ୍ସବମୁଖର ବରଗଡ଼ ସହର । ଅନେକ ସରକାରୀ ବେସରକାରୀ ଅନୁଷ୍ଠାନମାନଙ୍କରେ ଚଳିତ ବର୍ଷ ଧୁମ୍‌ଧାମ୍‌ରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱାସ୍ଥ୍ୟକେନ୍ଦ୍ର ଭାବେ ପରିଚିତ ପୁରୋହିତ ଜେନେରାଲ ହସପିଟାଲରେ ମଧ୍ୟ ବିଶ୍ୱକର୍ମା ପୂଜା ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହା ସହିତ ଆଜି ହେଉଛି ବିଶ୍ୱ ରୋଗୀ ସୁରକ୍ଷା ଦିବସ, ଏହି ଅବସରରେ ପୁରୋହିତ ହସପିଟାଲ ପରିଚାଳନା ନିର୍ଦ୍ଦେଶକ ମମତା ପୁରୋହିତ କହିଛନ୍ତି ଯେ, ତାଙ୍କ ହସପିଟାଲରେ ଯେକୌଣସି ଶ୍ରେଣୀର ରୋଗୀ ଚିକିତ୍ସା ପାଇଁ ଆସେ ତାର ସୁରକ୍ଷାକୁ ସବୁବେଳେ ହସପିଟାଲ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଥାନ୍ତି । ରୋଗୀ ତଥା ତାର ଆତ୍ମୀୟମାନଙ୍କ ସୁରକ୍ଷାକୁ ମଧ୍ୟ ହସପିଟାଲରେ ଗୁରୁତ୍ୱ ଦିଆଯାଏ । ସେହିପରି ହସପିଟାଲର ମୁଖ୍ୟ ଡାକ୍ତର ରାମକୃଷ୍ଣ ପୁରୋହିତ କହିଛନ୍ତି ଯେ, ଡାକ୍ତରମାନଙ୍କ କାମ ହେଉଛି ରୋଗୀଙ୍କୁ ସୁରକ୍ଷା ହେବା । ଏଥିରେ ପୁରୋହିତ ହସପିଟାଲ କେବେ ବି ଅବହେଳା କରେ ନାହିଁ । ହସପିଟାଲ ଆସୁଥିବା ସମସ୍ତ ରୋଗୀ ଆମ ପରିବାର ସଦସ୍ୟ ପରି ସମସ୍ତଙ୍କ ସୁରକ୍ଷା ଦାୟିତ୍ଵ ଆମର, ସେଥିପାଇଁ ଆମର ସମସ୍ତ କର୍ମଚାରୀ ଡାକ୍ତର ସବୁବେଳେ ତତ୍ପର ଥାଆନ୍ତି ।

Leave A Reply

Your email address will not be published.

four × 1 =