ପଶ୍ଚିମ ଓଡିଶା କଳାକାର ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧି ଷ୍ଟାଡୟିମ ବଲାଙ୍ଗିର ଠାରେ ବଲାଙ୍ଗିର ଯୁବ କଳାକାର ସଂଘ ତରଫରୁ ପ୍ରଥମ ଥର ପାଇଁ ପଶ୍ଚିମ ଓଡିଶାର ସମସ୍ତ କଳାକାରମାନଙ୍କୁ ନେଇ ପଶ୍ଚିମ ଓଡିଶା କ୍ରିକେଟ ପ୍ରିମିୟର ଲିଗ୍‌ ଅନୁଷ୍ଠିତ ହୋଇଛି । ଏଥିରେ ପ୍ରଥମ ଦିନର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାଂସ୍କୃତିକ ଅଧିକାରୀ ବିଜୟ କୁମାର ଶତପଥୀ, ସମ୍ମାନିତ ଅତିଥି ଭାବେ କ୍ରିକେଟ କୋଚ ଅରୁଣ ନାଏକ ଯୋଗ ଦେଇ ଉଦ୍‌ଘାଟନ କରିବା ସହିତ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ପଶ୍ଚିମ ଓଡିଶା କଳାକାର ପ୍ରିମିୟର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପଶ୍ଚିମ ଓଡିଶାର ପ୍ରଥମ ଥର ପାଇଁ ବଲାଙ୍ଗିରରେ ଆରମ୍ଭ ହୋଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ସମସ୍ତ କଳାକାରଙ୍କୁ ଏକାଠି କରିବା ଏବଂ ସଂଗଠିତ କରିବା । ଆଜିର ଏହି ଖେଳରେ ପଶ୍ଚିମ ଓଡିଶାର ୧୦ ଗୋଟି ଜିଲ୍ଲାର ୧୨ ଗୋଟି ଦଳର ଖେଳ ହୋଇଥିଲା । ସେଥି ମଧ୍ୟରୁ ୬ ଗୋଟି ଦଳ ଷ୍ଟାଏକର ବଏ, ରକଷ୍ଟାର ୱାରିୟର, ସମ୍ବଲ ସମୁରାଇ, ବୁଲ ରାଇଡର, ରଏଲ ଷ୍ଟାଇକର ଦଳ ବିଜୟ ହାସଲ କରି କ୍ୱାଟର ଫାଇନାଲକୁ ଯାଇଛନ୍ତି । ଆସନ୍ତା କାଲି କ୍ୱାଟର ଫାଇନାଲ, ସେମି ଫାଇନାଲ ଓ ଫାଇନାଲ ଖେଳ ଆୟୋଜିତ ହୋଇ ଏହି ଦୁଇ ଦିନିଆ ମ୍ୟାଚକୁ ଉଦ୍‌ଯାପନୀ କରାଯିବ । ଆଜିର ଏହି ଉଦ୍‌ଘାଟନୀରେ ସଭାପତି ବିନୋଦ କୁମାର କାଲସାଏ, ସରୋଜ ସାହୁ, ଆର.କେ. ମନୀଷ, ରାଜ ସେନ୍ଦ୍ରିଆ, ଠାକୁର ସୁନା, ବିନ୍ଦୁ, ଗୋପାଳ ପଧାନ, ରତନ ମେହେର, ମନୋଜ ମିଶ୍ର ପ୍ରମୁଖ ସାମିଲ ଥିଲେ । ମ୍ୟାଚକୁ ପରିଚାଳନା କରିଥିଲେ ପୃଥ୍ୱୀରାଜ ମିଶ୍ର, ସ୍ୱାଗତ ଭାଷଣ ଶୁଭଙ୍କର, ସୁବାଶିନ ମିଦ୍ଧ, ଆୟୁଷ ଆର୍ଯ୍ୟନ ପାଣିଗ୍ରାହୀ । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସୁରେଶ ଡାଙ୍ଗ, ରବି ଖମାରୀ, ରଞ୍ଜନ ଏମ୍‌ଏନ୍‌, ଶଶି ଦେହୁରୀ, ଅଜୟ ନାଗ, ବିବେକ କୁମାର, ଶୁଭମ୍‌ ଉଦୁରକୁଲିଆ, ରିକି, ରୋସନ, ବିକି, ବିନୟ, ସାଗର, ଜିତ, ଦେବା, ଜଗା ପ୍ରମୁଖ ।

Leave A Reply

Your email address will not be published.