ଲକ୍ଷ୍ନୌରେ ହେବାକୁ ଥିବା ଜାତୀୟ ଶିବିର ଘୁଂଚିଲା

ନୂଆଦିଲ୍ଲୀ, (କେପିଏନ୍ଏସ୍) : ଲକ୍ଷ୍ନୌଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ଶିବିରରେ ଯୋଗଦାନ ପାଇଁ ସୁରକ୍ଷିତ ମଣି ନାହାନ୍ତି ଭାରତୀୟ ମହିଳା କୁସ୍ତି ଯୋଦ୍ଧା ସମୂହ । ଏଣୁ ଘୁଂଚାଇ ଦିଆଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ସେଣ୍ଟର ନିକଟରେ ରହିଥିବା ହଜ୍ ହାଉସ୍ ଏବେ ୟୁପି ସରକାରଙ୍କ ପକ୍ଷରୁ କୋଭିଡ଼୍ କେୟାର୍ ପାଇଁ ବ୍ୟବହୃତ ହୋଇଛି । ଅନେକ ରୋଗୀ ଏଠାରେ ରହିଛନ୍ତି । ତେବେ ଏସବୁକୁ ଦୃଷ୍ଟିରେ ରଖି ମହିଳା କୁସ୍ତି ଯୋଦ୍ଧାମାନେ ଲକ୍ଷ୍ନୌ ଯାତ୍ରାକୁ ଅସୁରକ୍ଷିତ ଚିନ୍ତା କରିଛନ୍ତି । ତେବେ ସୁନାମଧନ୍ୟା ମହିଳା କୁସ୍ତି ଯୋଦ୍ଧାମାନେ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଯୋଗଦାନ ପାଇଁ ମନା କରି ଦେଇଥିବାରୁ ଶିବିରକୁ ସ୍ଥଗିତ ରଖା ଯାଇଛି ।

Leave A Reply

Your email address will not be published.