oum

ଆଇପିଏଲ୍‌ : ବାଙ୍ଗାଲୋରକୁ ୬ ୱିକେଟରେ ହରାଇ କ୍ୱାଲିଫାୟର-୨ରେ ହାଇଦ୍ରାବାଦ୍

jsm

ଆବୁଧାବି : ଆଇପିଏଲର ୧୩ତମ ସଂସ୍କରଣର ଏଲିମିନେଟର ମ୍ୟାଚରେ ରୟାଲ ଚାଲେଂଜର୍ସ ବାଙ୍ଗାଲୋରକୁ ୬ ଓ୍ୱିକେଟରେ ପରାସ୍ତ କରି ସନରାଇଜର୍ସ ହାଇଦ୍ରାବାଦ୍ କ୍ବାଲିଫାୟର-୨କୁ ପ୍ରବେଶ କରିଛି। ଆସନ୍ତା ରବିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ହାଇଦ୍ରାବାଦ୍ ।

ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଟସ ଜିତି ବାଙ୍ଗାଲୋରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଜଣାଇଥିଲା । ତେବେ ବାଙ୍ଗାଲୋର ଦଳ ଆରମ୍ଭରୁ ହିଁ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଅଧିନାୟକ ବିରାଟ କୋହଲି ୬ ରନ ଓ ଦେବଦତ୍ତ ପଡ଼ିକଲ୍ଲ ୧ ରନ କରି ଆଉଟ ହୋଇଥିଲେ । ତେବେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଏବି ଡି’ଭିଲିୟର୍ସ ଓ ଆରନ୍ ଫିଞ୍ଚ ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ଦଳକୁ ବିପଦରୁ ଉଦ୍ଧାର କରିଥିଲେ । ଡି’ଭିଲିୟର୍ସ ୫୬ ଓ ଫିଞ୍ଚ୍ ୩୨ ରନ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଛଡ଼ା ପଛରେ ଆସିଥିବା ଅନ୍ୟ ବ୍ୟାଟ୍ସମ୍ୟାନମାନେ ନୈରାଶ୍ୟଜନକ ବ୍ୟାଟିଂର ପ୍ରଦର୍ଶନ କରିଥିଲେ । ଫଳରେ ବାଙ୍ଗାଲୋର ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୩୧ ରନ କରିବାକୁ ସକ୍ଷମ ହୋଇଥିଲା ।

୧୩୨ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଯାଇ ହାଇଦ୍ରାବାଦ ଦଳ ଆରମ୍ଭରୁ ଓପନର ଶ୍ରୀବତ୍ସ ଗୋସ୍ବାମୀଙ୍କ ଓ୍ବିକେଟ ହରାଇଥିଲା । ତେବେ ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର ଓ ମନୀଷ ପାଣ୍ଡେ ସତର୍କତାର ସହ ବ୍ୟାଟିଂ କରି ଦଳର ସ୍ଥିତିକୁ ସୁଧାରିନେଇଥିଲେ । ମାତ୍ର ଓ୍ବାର୍ଣ୍ଣର ୧୭ ରନ ଓ ପାଣ୍ଡେ ୨୪ ରନ କରି ଆଉଟ୍ ହୋଇଯାଇଥିଲେ । ମଧ୍ୟକ୍ରମରେ ଆସିଥିବା କେନ୍ ଓ୍ବିଲିୟମସନ୍ ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ଓ ତାଙ୍କୁ ସାଥ ଦେଇଥିଲେ ଜାସନ୍ ହୋଲଡର୍। ଦୁହେଁ ୬୪ ରନ୍ ଯୋଗ କରି ( ଓ୍ବିଲିୟମସନ୍-୫୦ ଓ ହୋଲଡର୍-୨୪) ଦଳକୁ ସଂକଟରୁ ରକ୍ଷା କରି ବିଜୟ ଦେଇଥିଲେ ।

Leave A Reply

Your email address will not be published.