ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ଏମ୍‌ସ୍‌ରେ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ଦିଲ୍ଲୀ ଏମ୍‌ସରେ ଆଜି ପରଲୋକ ହୋଇଯାଇଛି । ଅସୁସ୍ଥତା ଯୋଗୁଁ ତାଙ୍କୁ ଦିଲ୍ଲୀ ଏମ୍‌ସ୍‌ରେ ଭର୍ତ୍ତି କରାଯାଇଥିଲା । ତେବେ ସେ ଆଇସିୟୁରେ ରହିଥିଲେ । ଦୁଇ ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା । କୁହାଯାଉଛି ଯେ, ତାଙ୍କ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା ଯୋଗୁଁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ପରଲୋକରେ ଗୋଆଲିଅର୍‌ରେ ଶୋକର ଛାୟା ଖେଳି ଯାଇଛି । ତେବେ ଆଇସିୟୁରେ ଥିବା ଅବସ୍ଥାରେ ସେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡ଼ି)ରୁ ଇସ୍ତଫା ଦେଇଥିବା ସଂକ୍ରାନ୍ତରେ ପତ୍ର ଜାରି କରିଥିଲେ । ତେବେ ସେ ଇସ୍ତଫା ଦେବା ପରେ ବିହାର ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ଆର୍‌ଜେଡ଼ିକୁ ଜବର୍‌ଦସ୍ତ ଝଟ୍‌କା ଲାଗିଥିଲା । ବିଗତ ୩୨ ବର୍ଷରୁ ସ୍ୱର୍ଗତ ସିଂହ ଲାଲୁ ପ୍ରସାଦ ଯାଦବଙ୍କ ସହ ରହିଥିଲେ ।

Leave A Reply

Your email address will not be published.