କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍‌ ହେଲେ ଖୁସ୍‌ବୁ ସୁନ୍ଦର

ଚେନ୍ନାଇ : ତାମିଲନାଡ଼ୁ ରାଜନୀତିରେ କଂଗ୍ରେସ୍‌କୁ ଲାଗିଛି ଏକ ବଡ଼ ଝଟ୍‌କା । ଜଣାଶୁଣା ଷ୍ଟାର ଅଭିନେତ୍ରୀ ତଥା ରାଜନେତ୍ରୀ ଖୁସ୍‌ବୁ ସୁନ୍ଦର କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଇ ବିଜେପିରେ ସାମିଲ୍‌ ହୋଇଛନ୍ତି । ତେବେ ଦିଲ୍ଲୀରେ ବିଜେପି ହେଡ଼୍‌କ୍ୱାର୍ଟରରେ ସେ ପାର୍ଟିର ସଦସ୍ୟତା ଗ୍ରହଣ କରିଥିବା କୁହାଯାଇଛି । ଗୋଟିଏ ଦଶକର ରାଜନୀତିକ ଯାତ୍ରାରେ ତାଙ୍କର ବିଶେଷ ସଫଳତା ମିଳିଛି ।

ଖୁସ୍‌ବୁ ସୁନ୍ଦରଙ୍କ ପରିଚୟ ସାଉଥ୍‌ରେ ଜଣେ ପ୍ରଖ୍ୟାତ ଅଭିନେତ୍ରୀ ତଥା ପ୍ରୋଡ୍ୟୁସର୍‌ ଭାବରେ ଖୁବ୍‌ ପ୍ରତିଷ୍ଠିତ । ସେ ୨୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ତେବେ ଅଭିନୟ କ୍ଷେତ୍ରରେ ସମସ୍ତ ସଫଳତା ପ୍ରାପ୍ତି ପରେ ୨୦୧୦ରେ ଖୁସ୍‌ବୁ ସୁନ୍ଦର ରାଜନୀତିରେ ପାଦ ଦେଇଥିଲେ । ସେ ପ୍ରଥମେ ଡିଏମ୍‌କେ ଦଳକୁ ଆସିଥିଲେ । ସେତେବେଳେ ଏମ୍‌. କରୁଣାନିଧିଙ୍କ ହାତରେ ଡିଏମ୍‌କେର ସମସ୍ତ ପାୱାର୍‌ ରହିଥିଲା । ତାଙ୍କର ନେତୃତ୍ୱରେ ଖୁସ୍‌ବୁ ସୁନ୍ଦର ରାଜନୀତିକ ଜୀବନ ଆରମ୍ଭ କରିଥିଲେ । ୨୦୧୪ରେ ସେ କଂଗ୍ରେସରେ ସାମିଲ୍‌ ହୋଇଥିବା ବେଳେ ଏବେ ବିଜେପିରେ ଯୋଗଦାନ କରିଛନ୍ତି ।

Leave A Reply

Your email address will not be published.