ନିର୍ବାଚନ ପୂର୍ବରୁ ମମତା ସରକାର ଭାଂଗି ଯାଇପାରେ : ବିଜେପି ସାଂସଦ‌ଙ୍କ ଦୃଢେ଼ାକ୍ତି

କୋଲକାତା : ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ନିର୍ବାଚନ ହେବାର ଅଛି । କିନ୍ତୁ ଯଦି ଭାରତୀୟ ଜନତା ଦଳର ସାଂସଦଙ୍କୁ ବିଶ୍ୱାସ କରାଯାଏ, ତେବେ ଆସନ୍ତା ବର୍ଷର ପ୍ରସ୍ତାବିତ ନିର୍ବାଚନ ପୂର୍ବରୁ ରାଜ୍ୟର ମମତା ସରକାର ଭାଂଗି ଯାଇପାରେ । ଏନେଇ ବିଜେପି ସାଂସଦ ଅର୍ଜୁନ ଦୃଢେ଼ାକ୍ତି ପ୍ରଦାନ କରିଛନ୍ତି । ସାଂସଦ ଅର୍ଜୁନ ସିଂ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ ଯଦି ଶୁଭେନ୍ଦୁ ଆଧିକାରୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦିଅନ୍ତି, ତେବେ ଏହା ମମତା ସରକାରଙ୍କ ପାଇଁ ଏକ ବଡ ଝଟ୍‌କା ହୋଇପାରେ । ସେ କହିଛନ୍ତି ଯେ, ଯଦି ସେ ଦଳରେ ଯୋଗ ଦିଅନ୍ତି ତେବେ ପଶ୍ଚିମବଙ୍ଗ ସରକାର ନିର୍ବାଚନ ପୂର୍ବରୁ ଭାଂଗି ଯାଇପାରେ । ଏହା ସହିତ ସେ ଦାବୀ କରିଛନ୍ତି ଯେ, ଶୁଭେନ୍ଦୁ ବିଜେପିରେ ଯୋଗ ଦେବା ପରେ କଂଗ୍ରେସର ଅନେକ ନେତା ଦଳ ଛାଡ଼ି ପାରନ୍ତି । ସୂଚନାଯୋଗ୍ୟ ଯେ ତୃଣମୁଳ କଂଗ୍ରେସ ଦଳର ଜଣେ ଭେଟେରାନ୍‌ ନେତା ତଥା ମମତା ସରକାରର ମନ୍ତ୍ରୀ ଶୁଭେନ୍ଦୁ ଆଧିକାରୀ ବିଦ୍ରୋହୀ ମନୋଭାବ ରଖି ଗତ ସପ୍ତାହରେ ରାଜନୈତିକ ସଙ୍କଟ ସୃଷ୍ଟି କରିବା ସହ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେପଟେ ଶୁଭେନ୍ଦୁ ବିଜେପିରେ ଯୋଗ ଦେବା ଖବର ଚ‌ର୍ଚ୍ଚାକୁ ଆସିଛି ।

Leave A Reply

Your email address will not be published.