oom

ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ପାଇଁ ବିଜୁ ଜନତା ଦଳ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ଅନ୍ ଲାଇନ କର୍ମଶାଳା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିବା ଘ.୩ ରୁ ଘ.୫.୩୦ମି. ପର୍ଯ୍ୟନ୍ତ ନୂତନ ଶିକ୍ଷାନୀତି ୨୦୨୦ ପାଇଁ ବିଜୁ ଜନତା ଦଳ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ କର୍ମଶାଳା ମାନ୍ୟବର ବିଧାୟକ ଖଣ୍ଡପଡାସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏବଂ ମାନ୍ୟବର ଉଚ୍ଚ ଶିକ୍ଷାମନ୍ତ୍ରୀ ଡଃ ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଯାଇଅଛି । ଏହି ସଭାର ପ୍ରାରମ୍ଭରେ ଭିତ୍ତିପତ୍ର ପ୍ରଫେସର ଆଦିତ୍ୟ ପ୍ରସାଦ ପାଢୀ ଓ ଡଃ ବିଜୟ ସାହୁଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା । ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ବିଭିନ୍ନ ଶିକ୍ଷକ ସଂଗଠନର କର୍ମକର୍ତ୍ତା ଓ ବିଭିନ୍ନ ଅଭିଜ୍ଞତ ସଂପନ୍ନ ଶିକ୍ଷାବିତ ନିଜ ନିଜ ସଂଗଠନ ତରଫରୁ ନୂତନ ଜାତୀୟ ଶିକ୍ଷାନିତୀ ୨୦୨୦ର ସଫଳତା ଓ ଓଡିଶା ରାଜ୍ୟ ପରିପ୍ରେକ୍ଷୀରେ ପ୍ରୟୋଗାତ୍ମକ କିଛି ଅପ୍ରାସଙ୍ଗିକତା ଓ ଆବଶ୍ୟକତା ସଂପର୍କରେ ମତ ଉପସ୍ଥାପନ କରିଥିଲେ । ଏଥିରେ ବଲାଙ୍ଗିର ଜିଲ୍ଲାର ପ୍ରାକ୍ତନ ଓଷ୍ଟା ରାଜ୍ୟ ସଭାପତି ପୁରନ୍ଦର ଦାଶ ଓ ବର୍ତ୍ତମାନର ଓଷ୍ଟା ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ ଯୋଗଦାନ ପୂର୍ବକ ମତ ମଧ୍ୟ ଉପସ୍ଥାପନ କରିଥିଲେ । ଏହି ସମ୍ମିଳନୀର ନିକର୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସଭାପତିଙ୍କୁ ଜଣାଇ ଦିଆଯିବାର ପ୍ରତିଶ୍ରୁତି ମାନ୍ୟବର ମନ୍ତ୍ରୀ ସଭାରେ ମତପୋଷଣ କରିଥିଲେ । ଏହି ସଭାରେ ଦଳର ବରିଷ୍ଠ ନେତୃତ୍ୱ ପ୍ରିୟଦର୍ଶୀ ମିଶ୍ର, ରୋହିତ ପୁଜାରୀ, ଶାରଦା ଜେନା, ଜନ୍ମେଜୟ ମଧ୍ୟ ଉପସ୍ଥିତ ଥିଲେ । ପରିଶେଷରେ ସତ୍ୟବ୍ରତ (ରମୁ) ଧନ୍ୟବାଦ ଅପଣ କରିଥିଲେ ।

jittmm
Leave A Reply

Your email address will not be published.