csstore

ଚତୁରଙ୍ଗ ୧୩ତମ ସଂଖ୍ୟା ଉନ୍ମୋଚିତ

  • ଜିଲ୍ଲାପାଳ ଉପସ୍ଥିତ ରହି ସଭାକୁ କଲେ ସମ୍ବୋଧିତ
  • କବି ଓ କବିତା କାର୍ଯ୍ୟକ୍ରମରେ ୧୭ କବିଙ୍କ କବିତା ଆବୃତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁଧବାର ଅପରାହ୍ନ ୩ ଟା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସନାତନ ଠାକୁରଙ୍କ ସଭାପତିତ୍ୱରେ ଏକସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ତଥା ଚତୁରଂଗ ପ୍ରକାଶନ ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ଡକ୍ଟର ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥିରୂପେ ଯୋଗଦେଇ କୋଶଳ କଳାମଣ୍ଡଳ, ବଲାଙ୍ଗିରର ମୁଖପତ୍ର ଚତୁରଙ୍ଗ ୧୩ତମ ସଂଖ୍ୟାର ଉନ୍ମୋଚନ କରିଥିଲେ । ସଭାରେ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଚତୁରଂଗର ପରିଚାଳନା ସଂପାଦକ ରଶ୍ମି ରଂଜନ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ପ୍ରଫେସର ମଧୁସୂଦନ ପତି ଓ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ବରେଣ୍ୟ ଅତିଥି ରୂପେ ଯୋଗଦେଇ ଆଶୀର୍ବଚନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଚାଲିଥିବାବେଳେ ବଲାଙ୍ଗିର ଜିଳ୍ଲାପାଳ ଗୌରବ ଶିବାଜୀ ଇସଲୱାର ଉପସ୍ଥିତ ରହି ସଭାକୁ ସମ୍ବୋଧିତ କରିବା ସହିତ ବଲାଙ୍ଗିରର କଳା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ବଦ୍ଧ ପରିକର ବୋଲି ପ୍ରକାଶ କରିଥିଲେ । ସନ୍ଦୀପ କୁମାର କୁଅଁର ସଭା ପରିଚାଳନା କରିଥିବାବେଳେ କବି ଓ କବିତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସସ୍ମିତା ନେପାକ ଓ ଚୁମକି ଦାଶ । କବି ଓ କବିତା କାର୍ଯ୍ୟକ୍ରମରେ କବି ଭାଗୀରଥି ମିଶ୍ର, ଡ. ପ୍ରହ୍ଲାଦ ଶତପଥୀ, ଆନନ୍ଦ ଚନ୍ଦ୍ର ସାହୁ, ସନ୍ଦୀପ କୁଅଁର, ନବୀନ ବିଶ୍ୱବନ୍ଧୁ, ସୁଶାନ୍ତ ବାଗ, ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ସୁଜିତ ଶତପଥୀ, ରାଜୀବ ଲୋଚନ ଆଚାର୍ଯ୍ୟ, ମୁକୁଲ ମିଶ୍ର, ବନ୍ଦନା ପଟ୍ଟନାୟକ, ଡାକ୍ତର ଜ୍ୟୋତି ସାହୁ, ପୁସ୍ତମ ଜୁଆଡ଼ି, ଗଣେଶ ବାରିକ, ଝରଣା ସାହୁ ଓ ରସରାଜ ଅଚ୍ୟୁତ ପୁରୋହିତ ସ୍ୱରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ତଥା ଚତୁରଂଗ ସଂପାଦନା ମଣ୍ଡଳୀ ସଦସ୍ୟ ଅଧ୍ୟାପକ ଜୟ କୁମାର ଆଚାର୍ଯ୍ୟ, ରଘୁନାଥ ବାବୁ, ବୀରେନ୍ଦ୍ର କୁମାର ଝାଙ୍କର, ବିଭୂ କଲ୍ୟାଣ ଗଡ଼ତ୍ୟା ଏବଂ ଡ. ଭବାନୀ ଶଙ୍କର ପଟେଲ, ଡ. ଅରୁଣ କୁମାର ନାଏକ, ବଳିଷ୍ଠ ପ୍ରଧାନ, ଡ. ପ୍ରେମଚାନ୍ଦ ମହାନ୍ତି ପ୍ରମୁଖ କବି ଓ ସାହିତ୍ୟିକ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.