୫ମ ଶିବତଲା ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ୍‌ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୫ମ ଶିବତଲା ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ୍‌ ଉଦ୍‌ଯାପିତ ହୋଇଯାଇଛି । ଚୂଡାନ୍ତ ମ୍ୟାଚରେ ସମ୍ମାନିତ ଅତିଥି ଶିବତଲା ସରପଞ୍ଚ ଶୁଭଶାନ୍ତି ମାଝୀ ଓ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ହୋତା ମଞ୍ଚାସୀନ ଥିବାବେଳେ ନବୀନ ସାହୁ, ହେମସାଗର ମାଝୀ, ବିରେନ୍ଦ୍ର ବେହେରା, ସୁବାସ ମେହେର, ଅନନ୍ତ ବନଗୁଲା ମଞ୍ଚାସୀନ ଥିଲେ । ନିଉ କ୍ୟାପିଟାଲ ବିଜେତା ହୋଇଥିବା ବେଳେ ଉପ ବିଜେତା ଜୟ ଜବାନ ଜୟ କିଶାନ ହୋଇଥିଲେ । ହୋଲିଶ୍ୱର ଧାରୁଆ ସଭା ପରିଚାଳନା କରିଥିବା ବଳେ ମ୍ୟାଚର ଧାରାବିବରଣୀ ପ୍ରଦାନ କରିଥିଲେ ରମେଶ ମେହେର ଓ ଯୋଗେଶ୍ୱର କଟରି । ଶିବତଲା ପ୍ରିମିୟର କ୍ରିକେଟ ମ୍ୟାଚର ସଭାପତି ଦିବ୍ୟାଲୋଚନ ମେହେର, ସଂପାଦକ ପୀତାମ୍ବର ପାଣ୍ଡେ ଥିବା ବେଳ ନିଉ କ୍ୟାପିଟାଲ, ଭୟାନକ କ୍ରିକେଟ ଦଳ, ଏସ ୍‌ଏନ୍‌ ଟାଇଟନ ଓ ଜୟ ଜବାନ ଜୟ କିଶନ ୪ଟି ଦଳ ଅଂଶଗ୍ରହଣ କରିଥିଲେ । ଦୀଲ୍ଲିପ ଛତ୍ରିଆ ଓ ସଂଜୀବ ଛତ୍ରିଆ ଖେଳ ପରିଚାଳନା କରିଥିଲେ ।

Leave A Reply

Your email address will not be published.