oom

ମା’ ଅମ୍ବିକେଶ୍ୱରୀ କ୍ରିକେଟ କ୍ଲବ ପକ୍ଷରୁ ରାତ୍ରି କାଳୀନ କବେଇଦେଇ ପ୍ରିମିୟମ ଲିଗ ଉଦ୍‌ଯାପିତ

jsmm

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ସଦର ବ୍ଲକ କିଶନନଗର ଉପକଣ୍ଠ ବାରଦା ଗ୍ରାମ କବେଇସାହି ସ୍ଥିତ ମା’ ଅମ୍ବିକେଶ୍ୱରୀ କ୍ରିକେଟ କ୍ଲବ ଆନୁକୂଲ୍ୟ ଏବଂ କଟକ ସଦର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ସଂଯୋଜନାରେ ଏକ ରାତ୍ରିକାଳୀନ କବେଇଦେଇ ପ୍ରିମିୟମ ଲିଗ ମା’ ଅମ୍ବିକେଶ୍ୱରୀ ଖେଳ ପଡିଆରେ ଅନୁଷ୍ଠିତ ହୋଇ ସର୍ବମୋଟ ୮ଟି ଟିମ ଅଂଶଗ୍ରହଣ କରି ସତ୍ୟନାରାୟଣ ପ୍ରୋଗ୍ରେସିଭ କ୍ଲବ ବରଦା ୮ ଓଭରରେ ୭୭ ରନ କରି ବିଜୟ ଲାଭ କରିବା ସହ ବିଜୟୀ ପଦକ ଲାଭ କରିଥିବା ବେଳେ ଉପବିଜେତା ଦଳ ନାନକେରା ଡବ୍ଲୁଏସ କ୍ରିକେଟ କ୍ଲବକୁ ରନର୍ସ କପ୍‌ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ମ୍ୟାନ ଅଫଦି ମ୍ୟାଚ ଓ ସିରିଜ ପାଇଁ ଅଭୟ ଦାସଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପ୍ରିମିୟମ ଲିଗର ପୁରସ୍କାର ବିତରଣୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ପ୍ରଣବ ରାୟ, ସୁଧାକର ସାହୁ, ପ୍ରଦୀପ ଦାସ, ସମୀର ସିହ୍ନ।, ଲଳିତ ସିହ୍ନ।, ଦିଲୀପ ସିହ୍ନ।, ସଂଜୟ ସେଠୀ, ସଂଜୟ ସିହ୍ନ।, ତାପସ ସିହ୍ନ। ପ୍ରମୁଖ ଯୋଗଦାନ କରିଥିଲେ । ଅମ୍ପେୟାର ଭାବେ ତ୍ରିଦୀପ୍ତ ଦାସ, ଆଶିଷ ସିହ୍ନ। ଏବଂ କ୍ଲବର ସମସ୍ତ କାର୍ୟ୍ୟକର୍ତା ପ୍ରମୁଖ ଉପସ୍ଥିତରହି ଟୁନାମେଣ୍ଟ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.