jayashree

ଗୀତା ଜ୍ଞାନ ଯଜ୍ଞ ଉଦ୍‌ଯାପିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ନିର୍ମାଲ୍ୟ କ୍ଷେତ୍ରରେ ଭଗବତ ଚେତନା ପରିଷଦ ଆନୁକୂଲ୍ୟରେ ମାସ ବ୍ୟାପି ଚାଲିଥିବା ଗୀତା ଜ୍ଞାନ ଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ପବିତ୍ର କାର୍ତ୍ତିକ ମାସ ଅବସରରେ ମାସ ବ୍ୟାପି ପ୍ରତ୍ୟହ ସକାଳେ ଗୀତା ପାଠ ଓ ଗୀତା ବ୍ୟାଖ୍ୟା । ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ହେଉଥିଲା । ଓଡ଼ିଶାର ଘରେ ଘରେ ପରିଚିତ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ତାଙ୍କ ପ୍ରବଚନ ମାଧ୍ୟମରେ ମଣିଷ ଜୀବନର ମୂଳ ଲକ୍ଷ୍ୟ, ଶାନ୍ତି ପାଇବାର ସରଳ ଉପାୟ ଏବଂ ଗୃହସ୍ଥ ଜୀବନ ସମ୍ପର୍କରେ ଖୁବ ସରଳ ଭାବରେ ପ୍ରବଚନ ଦେଇଥିଲେ । ସେଭଳି ଚିନ୍ମୟ ମିଶନ ବୋକାରୋରୁ ଆସିଥିବା ସ୍ୱାମୀନୀ ସଂଯୁକ୍ତାନନ୍ଦ ସରସ୍ୱତୀ ଏବଂ ଋଷିକେଶରୁ ଆସିଥିବା ସ୍ୱାମୀ ଆନନ୍ଦ ସ୍ୱରୂପାନନ୍ଦ ସରସ୍ୱତୀ ଗୀତା ଉପରେ ବ୍ୟାଖ୍ୟା ଓ ପ୍ରବଚନ ପ୍ରଦାନ କରିଥିଲେ । ଏହି ଅବସରରେ ଭାଗବତ ଚେତନା ପରିଷଦ ପକ୍ଷରୁ ବିଷ୍ଣୁ ସହସ୍ର ନାମ ଅର୍ଚନ ଓ ଶ୍ରୀ ହରି ହାଟର ଆୟୋଜନ କରାଯାଇଥିଲା । ଆଧ୍ୟାତ୍ମିକ ପରିବେଷରେ ମାସ ବ୍ୟାପି ନିର୍ମାଲ୍ୟ କ୍ଷେତ୍ର ଘଣ୍ଟ ଘଣ୍ଟି ଖୋଳ ତାଳ, ହରିବୋଲରେ ମୁଖରିତ ହୋଇ ଉଠିଥିଲା । ପ୍ରତି ଦିନ ସାଧୁ ସନ୍ଥ ଏବଂ ଭକ୍ତ ଗଣଙ୍କ ଉପସ୍ଥିତି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ତେଇଶି ବର୍ଷ ହେଲା ପ୍ରତି ବର୍ଷ କାର୍ତ୍ତିକ ମାସରେ ମାସ ବ୍ୟାପି ଗୀତା ଜ୍ଞାନ ଯଜ୍ଞର ଆୟୋଜନ କରାଯାଉଥିବା ଭଗବଦ ଚେତନା ପରିଷଦର ସଭାପତି ରାମ ପ୍ରସାଦ ପଣ୍ଡା ଏବଂ ସମ୍ପାଦକ ମହେନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.