ଲାଠୋର ଶିବ ମନ୍ଦିର ପଡା ଆନୁକୂଲ୍ୟରେ ଅନୁଷ୍ଠିତ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଲାଠୋର ଶିବମନ୍ଦିର ପଡା ଆନୁକୂଲ୍ୟରେ ଅନୁଷ୍ଠିତ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ମୋଟ ଆଠଟି ଦଳକୁ ନେଇ ଅନୁଷ୍ଠିତ ଏ‌ହି ଟୁର୍ନାମେଣ୍ଟରେ ସିନାପାଲି ଦଳ ବିଜୟୀ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ ମେହେର, ସମାଜସେବୀ ସୁଶିଲ ଅଗ୍ରୱାଲ, ବାଲେଶ୍ଵର ମେହେର ପ୍ରମୁଖ ଉପସ୍ଥିତ ଥିଲେ । ବିଜୟୀ ଦଳକୁ ବିଧାୟକ ଶ୍ରୀ ମେହେର ଟ୍ରଫି ସହ ନଗଦ ଅର୍ଥ ଦେଇ ପୁରସ୍କୃତ କରିଥିଲେ । କାର୍ୟ୍ୟକ୍ରମକୁ ଶିବ ମନ୍ଦିର ପଡାର ସଦସ୍ୟମାନେ ସୁରୁଖୁରୁରେ ସମାପନ କରିଥିଲେ ।

Leave A Reply

Your email address will not be published.