ପଦ୍ମପୁରରେ ଚାରି ଦିନିଆ ଓଡ଼ିଶୀ ନୃତ୍ୟ କର୍ମଶାଳା ଉଦ୍‌ଘାଟିତ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶୁକ୍ରବାର ଦିନ ସକାଳ ୯ଟା ସମୟରେ ପଦ୍ମପୁର ସ୍ଥିତ ରାଜାଜୀ ଟାଉନ୍‌ ହଲ୍‌ ଠାରେ ଚାରି ଦିନିଆ ଓଡିଶୀ ନୃତ୍ୟ କର୍ମଶାଳା ଅତିରିକ୍ତ ଜିଲ୍ଲପାଳ କୁନାଲ ମୋତିଲାଲ ଚୌହାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏକ ଟଙ୍କିଆ ସଂଗୀତ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ସୁରେନ୍ଦ୍ର କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ ଅବଧାନରେ ଏହି କାର୍ଯ୍ୟକ୍ରମ ହେଉଛି । ଏହି ଚାରି ଦିନିଆ କର୍ମଶାଳାରେ ଓଡିଶୀ ନୃତ୍ୟ ଶିଳ୍ପୀ ସୁଶ୍ରୀ ମମତା ବରିହା ବହୁ ଦୂର ଦୁରାନ୍ତରରୁ ଆସି ଥିବା ନୃତ୍ୟ ଶିଳ୍ପୀମାନଙ୍କୁ ଶିକ୍ଷାଦାନ ଦେବାର କାର୍ଯ୍ୟକ୍ରମ ରହିଛି । ଆଜିର ଉଦ୍‌ଘାଟିତ କାର୍ଯ୍ୟକ୍ରମରେ ନାଟ୍ୟକାର ଅଶୋକ କୁମାର ବହିଦାର, ରମେଶ ଗୁର୍ଲା, ଲାଲୁ ମହାନନ୍ଦ, ଶ୍ରୀମତୀ ମଞ୍ଜୁ ସାହୁ, ଶ୍ରୀମତୀ ସୂର୍ଯ୍ୟ ସ୍ନାତା ବହିଦାର, ଅଞ୍ଜଳି ପରିଡା ଓ ପ୍ରେସ ମିଡ଼ିଆର ଭାଇମାନେ ଯୋଗଦାନ କରିଥିଲେ । ଯୁବ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି ସମଗ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପରେ ସୁଶ୍ରୀ ମମତା ବରିହା ଓଡିଶୀ ନୃତ୍ୟ ଉପରେ ଆଲୋକପାତ କରିଥିଲେ । ପଦ୍ମପୁର, ଝାରବନ୍ଧ, ପାଇକମାଲ, ବିଜେପୁରର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.