ଦେବଙ୍ଗ ଗ୍ରାମରେ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣାମେଣ୍ଟ ଉଦ୍‌ଘାଟିତ : ଉଦ୍‌ଘାଟନୀ ମ୍ୟାଚ୍‌ରେ କଣ୍ଟାବାଞ୍ଜି ଓ ଟିକ୍ରାପଡ଼ା ଦଳ ବିଜୟୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଂଚାୟତ ଦେବଙ୍ଗ ଗ୍ରାମର ମିନି ଷ୍ଟାଡିଅମ ଖେଳପଡିଆଠାରେ ୧୨ତମ ନିଶାମଣି ଭୋଇ ସ୍ମାରକ୍ରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । ଦେବଙ୍ଗ ନିଶାମଣି ଭୋଇ ଫୁଟବଲ ଆସୋସିଏସନ୍‌ ଆନୁକୂଲ୍ୟରେ ଆଜି ଡ଼ିସେମ୍ବର ୨୧ତାରିଖଠାରୁ ୩ ଜାନୁୟାରୀ ପର୍ଯ୍ୟନ୍ତ ୧୬ ଗୋଟି ଦଳକୁ ନେଇ ଏହା ଆରମ୍ଭ ହୋଇଯାଇଛି । ପ୍ରଥମ ଦିନ ଚାରିଟି ଦଳ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଖେଳ ଅନୁଷ୍ଠିତ ହୋଇଥିଲା । ଅଇଁଲାଭଟା ଓ କଣ୍ଟାବାଞ୍ଜି ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ନିର୍ଦ୍ଧାରିତ ସମୟରେ କଣ୍ଟାବାଞ୍ଜି ଦଳ ୧/୦ ଗୋଲରେ ବିଜୟୀ ହୋଇଥିଲା । ସେହିପରି ଅନ୍ୟ ଏକ ମ୍ୟାଚ୍‌ରେ ସିଆଲଝୁଡଙ୍ଗି ଓ ଟିକ୍ରାପଡା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ୧-୧ରେ ବରାବର ରହିବାରୁ ୩/୨ ଟ୍ରାଇବ୍ରେକରରେ ଟିକ୍ରାପଡା ଦଳ ବିଜୟୀ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଶିକ୍ଷକ ବିଶ୍ୱନାଥ ସାହୁ ମୁଖ୍ୟ ଅତିଥି, ଶିକ୍ଷକ ଗଣାଦୀପ ଦାସ, ସତ୍ୟନାରାୟଣ ଦାସ, ଅକ୍ଷୟ ଭୋଇ, ରାଜେନ୍ଦ୍ର ଭୋଇ, ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର ସମ୍ମାନିତ ଅତିଥି ରୂପେ ଉପସ୍ଥିତ ରହି ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଖେଳ ପରିଚାଳନା ରେଫରୀ ବିବଚ୍ଛ ମାଝୀ, ନବୀନ ସରାଫ, ବୈଷ୍ଣବ ତାଣ୍ଡି ଓ ନୀତେଶ ମାଝୀ କରିଥିଲେ । ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ଆୟୋଜକ କମିଟି ସଭାପତି ରାଜେନ୍ଦ୍ର ଭୋଇ, ସମ୍ପାଦକ ଗଣାଦୀପ ଦାସ, ଟିମ ମ୍ୟାନେଜର ନେତ୍ରମଣୀ ଭୋଇଙ୍କ ନେତୃତ୍ୱରେ ଜିତେନ୍ ବାଗ, ଲିଙ୍ଗରାଜ ଭୋଇ, ଦୋଳମଣୀ ଦାସ, ଅଶୋକ ଦୀପ, ଜନ୍ମେଜୟ ଭୋଇ, ରଞ୍ଜନ ଭୋଇ, ପ୍ରବୀଣ ଭୋଇ, ସହିଦ ମହମ୍ମଦ, ବୀରେନ୍ଦ୍ର ଖଟୁଆ, ସୁଧାଂଶୁ ଭୋଇ, ଚୂଡ଼ାମଣି ଭୋଇ, ସାମନ୍ତ ଭୋଇ, ମୋହନ ନେଓରା, ଲୁକେଶ୍ୱର ପୁଟେଲ ପ୍ରମୁଖ ସହଯୋଗ କରୁଥିବା ବେଳେ ଦୋଳମଣୀ ଦାସ ଧାରା ବିବରଣୀ ପ୍ରଦାନ କରିଥିଲେ । ଖେଳ ଦେଖିବା ପାଇଁ ବହୁ ଜନସମାଗମ ହୋଇଥିବା ବେଳେ ଏଥିରେ ସମସ୍ତ ଦେବଙ୍ଗ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.