ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବାଣିଜ୍ୟ, ପରିବହନ, ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ କରକମଳରେ ସୋନପୁର ସହରର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମହାନଦୀ ବ୍ରିଜରେ ଉଜ୍ୱଳ ଆଲୋକୀକରଣ ବ୍ୟବସ୍ଥାକୁ ଗତକାଲି ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବାଣିଜ୍ୟ ପରିବହନ ଓ ଯୋଜନା ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଶୁଭ ଉଦ୍‌ଘାଟନ ପୂର୍ବକ ଲୋକାର୍ପଣ କରିଛନ୍ତି । ଗତକାଲି ପ୍ରଥମେ ସୁବର୍ଣ୍ଣପୁର ପୌର ପରିଷଦର ମୋ ଖତ ଯୋଜନାକୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦ୍‌ଘାଟନ କରିଥିବା ବେଳେ ସୋନପୁର ବ୍ଲକ ଛକଠାରେ ରାସ୍ତା ପାର୍ଶ୍ୱ ବୃକ୍ଷ ରୋପଣ କାର୍ୟ୍ୟକ୍ରମରେ ଯୋଗଦାନ କରି ଉଭୟ ମନ୍ତ୍ରୀ ବୃକ୍ଷ ରୋପଣ କରିଥିଲେ । ମହାନଦୀ ହିକୁଡି ଟୋଲଗେଟ ପାର୍ଶ୍ୱରେ ମିଶନ ଶକ୍ତି ପକ୍ଷରୁ ନିର୍ମିତ କାଫେଟେରିଆ ସେଣ୍ଟରକୁ ମଧ୍ୟ ମନ୍ତ୍ରୀ ଶ୍ରୀ ପୂଜାରୀ ଓ ଶ୍ରୀ ବେହେରା ଶୁଭ ଉଦ୍‌ଘାଟନ କରିଥିଲେ ଯାହା ଦ୍ୱାରା ଦୂରଦୂରାନ୍ତର ପର୍ୟ୍ୟଟକ ମହାନଦୀ ବ୍ରିଜର ଆଲୋକୀକରଣ ଓ ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରର ସୌନ୍ଦର୍ୟ୍ୟକୁ କଫେ ସେଣ୍ଟରଠାରୁ ମନଭରି ଉପଭୋଗ କରିପାରିବେ । ଏହି ସମସ୍ତ କାର୍ୟ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲୀ ସୁନୀଲ ନରୱଣେ, ପ୍ରକଳ୍ପ ନିର୍ଦେଶକ ଡୋଳାମଣି ପଟେଲ, ପୌର ନିର୍ବାହୀ ଅଧିକାରୀ ସୂର୍ୟ୍ୟାଂଶୁ ରୁଟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉଲୁଣ୍ଡା ହେମସାଗର ଭୋଇ, ଉଲୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିତାଳି ମହାକୁର, ମିଶନ ଶକ୍ତି ସଂଯୋଜକ କାର୍ତ୍ତିକ ନାୟକ, ମୁଣ୍ଡୋଘାଟ ଜି.ପି ସରପଞ୍ଚ ରଞ୍ଜିତା ଭୋଇ, ସମିତି ସଭ୍ୟ ରବି ସେଠୀଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ, ଗଣମାଧ୍ୟମ ଓ ବୁଦ୍ଧିଜୀବୀ ଯୋଗଦେଇ ଥିଲେ ।

Leave A Reply

Your email address will not be published.