p purohi

ଭାରସାମ୍ୟ ହରାଇ ଗ୍ୟାସ୍ ସିଲିଣ୍ଡର୍ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ

dr. purohit

ବୌଦ୍ଧ, (ବଂଶୀଧର ମାଝୀ) : ଖୋର୍ଧା ବଲାଙ୍ଗିର ୫୭ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ମାର୍ଦିଙ୍ଗ୍ ନିକଟରେ ଏକ ଗ୍ୟାସ୍ ବୋଝେଇ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ସୁଚନା ଅନୁଯାୟୀ ଆଜି ଭୋର୍ ୩ଟା ସମୟରେ ଜଟଣୀ ଠାରୁ ବଲାଙ୍ଗିର୍ ଅଭିମୁଖେ ଓଡି ୩୩ଆର୍ ୫୨୨୩ ନମ୍ବର ଟ୍ରକ୍ ଏଚ୍‌ପି ଗ୍ୟାସ୍ ବୋଝେଇ କରି ଯାଉଥିବା ସମୟରେ ପୁରୁଣାକଟକ ଥାନା ମାର୍ଦିଙ୍ଗ୍ ନିକଟରେ ଭାରସାମ୍ୟ ହରାଇଥିବାରୁ ଟ୍ରକ୍ ଟି ଜାତିୟ ରାଜପଥ କଡରେ ଥିବା ଏକ ଗଛରେ ପିଟି ହୋଇଥିଲା । ଗାଡିରେ ଥିବା ଚାଳକ ଓ ହେଲ୍ପର ସୁରକ୍ଷିତ ଥିବା ଜଣାପଡିଛି । ଦୁର୍ଘଟଣାକୁ ନେଇ ସ୍ଥାନୁୟ ପୋଲିସ୍ ତଦନ୍ତ କରୁଛି ।

nrusinghnath
Leave A Reply

Your email address will not be published.