ବଲାଙ୍ଗିର ଭୀମଭୋଇ ମେଡିକାଲ ହସ୍ପିଟାଲ ଠାରେ ୧୫ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଗତ ଜାନୁଆରୀ ୧ ତାରିଖ ଠାରୁ ସାରାରାଜ୍ୟରେ ୧୫ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ପରିସରରେ ଟୀକାକରଣର ଶୁଭାରମ୍ଭ ଇନ ଚାର୍ଚ୍ଚ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ କୁବେର ଚନ୍ଦ୍ର ମହନ୍ତ କରିଥିଲେ । ୧୫ରୁ ୧୮ ବର୍ଷର କଲେଜ ଓ ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହର ସହ ଲାଇନରେ ଛିଡ଼ା ହୋଇ କୋଭାସ୍କିନ ଟୀକା ନେଇଥିଲେ । ଏଥିସହିତ ୧୫ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଟୀକାକରଣ ଆରମ୍ଭ କରାଯାଇଥିବାରୁ ପିଲାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏଡିଏମ୍‌ଓ ପରିବାର ନିୟନ୍ତ୍ରଣ ଡ଼ ସୁଧା ବାର୍ଳା, ଡ଼ ତୁଷାର ଠାକୁର, ଡ଼ ଗିରିଜା ଶଙ୍କର ଉଦ୍‌ଗାତା, ଅଶୋକ ମିଶ୍ର ଟୀକାକରଣରେ ସହଯୋଗ କରିଥିଲେ ।

Leave A Reply

Your email address will not be published.