ବିଜେପି ନେତା ବିଜୟ ମେହେରେଙ୍କୁ ଯାଦବ ନେତା କୁନା ଭାଟି ଅଶାଳୀନ ମନ୍ତବ୍ୟ ଦେବା ସହ ମୁହଁରେ ଫିଙ୍ଗିଲେ ଗରମ ଚା’ : ଥାନାରେ ଏତଲା ଦେଲେ ବିଜୟ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସକାଳ ପ୍ରାୟ ୭.୩୦ଟାରେ ଟିଟିଲାଗଡ଼ର ଜଣାଶୁଣା ଯୁବ ସମାଜସେବୀ ଓ ବିଜେପିର ଯୁବନେତା ବିଜୟ ମେହେର ନିଜ ସାଙ୍ଗ ମାନଙ୍କ ସହ ସ୍ଥାନୀୟ ମେଦିରତ୍ତା ପେଟ୍ରୋଲ ପମ୍ପ ଠାରେ ଚା’ ଖଟିରେ ବସିଥିଲେ । ଏହି ସମୟରେ ଟିଟିଲାଗଡ଼ ଟାଉନ ଯାଦବ ସଂଘ ସଭାପତି କୁନା ଭାଟି ଆସି ବିଜୟ ମେହେରଙ୍କୁ ଜାତି ସୂଚକ ଓ ଅଶାଳୀନ ଭାଷାରେ ଗାଲିଗୁଳଜ କରିବା ଆରମ୍ଭ କରିବା ସହ ଉତ୍ୟକ୍ତ ହୋଇ ହାତରେ ଥିବା ଗରମ ଚା’କୁ ବିଜୟ ମେହେରଙ୍କ ମୁହଁ ଉପରକୁ ଫିଙ୍ଗି ଦେବା ଘଟଣା ଏବେ ସହରରେ ଆଲୋଚନାର ବିଷୟ ପାଲଟିଛି । ବିଜୟ ମେହେରଙ୍କ ସାଙ୍ଗମାନେ କୁନା ଭାଟିକୁ ଅଟକାଇ ଥିଲେ ଓ ଦୂରକୁ ନେଇ ଯାଇଥିଲେ । ବିଜୟଙ୍କ ଚେହେରାରେ ଗରମ ଚା’ ପଡିବା ଯୋଗୁଁ ଫୋଟକା ପଡୁଥିବା ଦେଖି ତାଙ୍କ ସାଙ୍ଗମାନେ ବିଜୟଙ୍କୁ ପାଖରେ ଥିବା ସେଲୁନକୁ ଯାଇ ମୁହଁ ଧୋଇବାକୁ କହିଥିଲେ । ତା’ପରେ କୁନା ଭାଟି ପାଖ ଚା’ ଦୋକାନକୁ ଯାଇ ଏକ କାଚ ଗ୍ଲାସ ଆଣି ବିଜୟଙ୍କୁ ଆକ୍ରମଣ କରିବା ପାଇଁ ସେଲୁନ ଭିତରକୁ ପଶି ଆସିଥିଲେ । ସେହି ସମୟରେ ବିଜୟ ମେହେର କୁନା ଭାଟି ଧରିଥିବା ଗ୍ଲାସ ହାତକୁ ଧରି ବାହାରକୁ ପଠାଇ ଦେଇଥିଲେ । ବିଜୟ ମେହେର ଏ ସଂକ୍ରାନ୍ତରେ ଟିଟିଲାଗଡ଼ ଥାନାକୁ ଯାଇ ଏତଲା ଦେଇଛନ୍ତି । ତେବେ କେଉଁ କାରଣରୁ କୁନା ଭାଟି ଏଭଳି ପଦକ୍ଷେପ ଗ୍ରହଣ କଲେ ? ନିର୍ବାଚନ ଫଳାଫଳ ଆଉ ଦିନକ ପରେ ବାହାରିବ, ତା’ ପୂର୍ବରୁ ଏଭଳି ଘଟଣା ଘଟିବା ଭଲ କି ? ଯାହାକି ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି, ଏ ସମ୍ବେଦନଶୀଳ ଘଟଣା ଉପରେ ଟିଟିଲାଗଡ଼ ପୋଲିସ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦେଖିବାକୁ ରହିଲା ବୋଲି ବିଜୟ ମେହେର କହିଛନ୍ତି ।

Leave A Reply

Your email address will not be published.