ls

ଆକାଶଙ୍କୁ ଜେରା : ମିଳିନି ଖାସ୍ ତଥ୍ୟ

sb

ଭୁବନେଶ୍ୱର : ଟାଟା ମୋଟର୍ସରେ ଚାକିରୀ ଦେବାକୁ କହି ସାରା ଦେଶରୁ କୋଟି କୋଟି ଟଙ୍କା ଠକିଥିବା ଆକାଶ ପାଠକଙ୍କୁ ଶୁକ୍ରବାର ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମ୍‌ବ୍ରାଞ୍ଚ । ପ୍ରଥମ ଦିନ ଜେରା ସମୟରେ ତାଙ୍କଠାରୁ ସେମିତି କିଛି ଖାସ୍‌ ତଥ୍ୟ ପାଇ ନାହିଁ କ୍ରାଇମ୍‌ବ୍ରାଞ୍ଚ । ଆସନ୍ତାକାଲି ବ୍ୟକ୍ତିଗତ ସଚିବ ଡେଭିଡ୍‌ ପିଟର ସହ ତାଙ୍କୁ ମୁହାଁମୁହିଁ ଜେରା କରାଯିବ ବୋଲି ଜଣାପଡିଛି । ଶୁକ୍ରବାର ଝାରପଡା ଜେଲରୁ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍‌ ଆକାଶ ପାଠକଙ୍କୁ କଟକ ନେଇଯାଇଛନ୍ତି । କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଆକାଶଙ୍କୁ ଜେରା କରାଯାଉଛି । ଟାଟା ପ୍ରକଳ୍ପରେ ଜାଲି ନିଯୁକ୍ତି ନେଇ ଅଧିକ ପଚରାଉଚରା କରାଯିବ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଖାସ୍‌ ସହଯୋଗୀ ଅବସରପ୍ରାପ୍ତ ପ୍ରଫେସର ସର୍ବେଶ୍ୱର ରାଓ ସହିତ ସମ୍ପର୍କ ନେଇ ମଧ୍ୟ ହେବ ପଚରାଉଚରା । ଜାଲି ନିଯୁକ୍ତିରେ ସମ୍ପୃକ୍ତ ଥିବା ଅନ୍ୟ ବ୍ୟକ୍ତିଙ୍କ ବାବଦରେ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ । ତେବେ ବାକି ୪ ଦିନ ଜେରା ସମୟରେ କିଛି ତଥ୍ୟ ମିଳିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଆଶା ରଖିଛି ।

pc pk
Leave A Reply

Your email address will not be published.