centurian jitm

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଏସ୍‌.ଜେ.ପି.ୟୁ ମେମ୍ବର ଏବଂ ପୁଲିସ୍‌ କର୍ମଚାରୀ ମାନଙ୍କୁ ନେଇ ଏକଦିବସୀୟ ତାଲିମ୍‌ ଶିବିର ଅନୁଷ୍ଠିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲା ଏସ୍‌.ଜେ.ପି.ୟୁ. ମେମ୍ବର ଏବଂ ପୋଲିସ୍‌ କର୍ମଚାରୀଙ୍କୁ ନେଇ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଗତ ୨୮ ତାରିଖ ଦିନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଆୟୋଜିତ ହୋଇଯାଇଛି । ଏଥିରେ ବିଭିନ୍ନ ଥାନାରୁ ୫୫ ଜଣ ମେମ୍ବର ଏବଂ ପୋଲିସ୍‌ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସହ ଆରକ୍ଷୀ ଅଧିକାରୀ ଦିଲ୍ଲୀପ କୁମାର ପଟେଲ, ଡି.ଏସ୍‌.ପି. (ଏଚ୍‌.ଆର.ପି.ସି) ଶେଷଦେବ ବରିହା, ଏସ୍‌.ଡି.ପି.ଓ. ଶ୍ରୀମନ୍ତ ବାରିକ, ବଲାଙ୍ଗିର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଡି.ସି.ପି.ଓ ଶ୍ରୀମତୀ ଲକ୍ଷ୍ମୀ ସିଂ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ହିସାବରେ ଗୋଦାବରିଶ ରଥ ଓ ନନ୍ଦିକିଶୋର ସାଣ୍ଢ, ସି.ଡବ୍ଲୁ.ସି. ମେମ୍ବର ଓ ସଂଜୟ କୁମାର ମିଶ୍ର, ଏକ୍ସ ଚେୟାର ପର୍‌ସନ ସି.ଡବ୍ଲୁ.ସି. ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁମାନଙ୍କର ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ନିମିତ୍ତ ପ୍ରଣିତ ଆଇନ ଯଥା – କିଶୋର ନ୍ୟାୟ (ସୁରକ୍ଷା ଓ ଯତ୍ନ) ଆଇନ, ୨୦୧୫, ଯୌନ ବ୍ୟଭିଚାର ଓ ସୁରକ୍ଷା ନିୟମ ୨୦୧୨, ବାଲ୍ୟ ବିବାହ ନିଶେଧ ଆଇନ ୨୦୦୬, ଶିଶୁ ଶ୍ରମ ନିରୋଧ ଆଇନ ୧୯୮୬ ଓ ସମନ୍ୱିତ ଶିଶୁ ସୁରକ୍ଷା ସେବା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଉପରେ ବିସ୍ତୃତ ଆଲୋଚନା ପୂର୍ବକ ପୋଲିସ୍‌ ବନ୍ଧୁମାନଙ୍କର ଉତ୍ତର ଦାୟୀତ୍ୱ ଭୂମିକା ଉପରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଘଟୁଥିବା ବିଭିନ୍ନ ପ୍ରସଙ୍ଗଭିତ୍ତିକ ଅସୁବିଧା ଉପରେ ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ସିଂ ଆଲୋଚନା କରି ପୋଲିସ୍‌ ଅଧିକାରୀ ଓ ଏସ.ଜେ.ପି.ଓ. ମେମ୍ବର ମାନଙ୍କର ଦୃଷ୍ଟିଗୋଚରକୁ ଆଣିଥିଲେ । ଏସ୍‌ଡିପିଓ ଶ୍ରୀ ବାରିକ ଆଇନର ଦିଗ ଗୁଡିକ ଉପରେ ବିଶେଷ ଆଲୋଚନା କରି ମାର୍ଗଦର୍ଶନ କରାଇଥିଲେ । ସହ ଆରକ୍ଷୀ ଅଧିକାରୀ ଶ୍ରୀ ପଟେଲ ଓ ଡି.ଏସ୍‌.ପି. (ଏଚ୍‌.ଆର.ପି.ସି) ଶ୍ରୀ ବରିହା, ଡି.ଏସ୍‌.ପି. ଆଗାମୀ ଦିନରେ ଏହାକୁ ବ୍ୟବସ୍ଥିତ ଢଙ୍ଗରେ ସହଯୋଗ ପୂର୍ବକ କାର୍ଯ୍ୟକ୍ରମକୁ ଆଗକୁ ବଢାଇ ଶିଶୁମାନଙ୍କ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ସର୍ବ ଶେଷରେ ଆଇନ ପରିବିକ୍ଷ ଅଧିକାରୀ ଦିଗମ୍ବର କର ତଥ୍ୟ ସଂଗ୍ରହ ନିମିତ୍ତ ବିଭିନ୍ନ ଫର୍ମ ଏବଂ ଜରୁରୀ ନମ୍ବର ଗୁଡିକ ଉପରେ ଆଲୋକପାତ କରିଥିଲେ । ଏହାପରେ ଧନ୍ୟବାଦ ଜ୍ଞାପନ ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କମଚାରୀ ଯଥା – ଚୁଡାମଣୀ ପଣ୍ଡା, ପି.ଓ.ଆଇ.ସି., ସୁଧାଂଶୁ ଶେଖର କୁମ୍ଭାର, ପି.ଓ.ଏନ୍‌.ଆଇ.ସି., ସାରିକା ପୁରୋହିତ, ଏସ୍‌.ଡବ୍ଲୁ, ଅରୁଣ କୁମାର ଖୁଆସ, ଏସ୍‌.ଡବ୍ଲୁ, ଶେଷଦେବ ମହାକୁର, ଓ.ଆର୍‌.ଡବ୍ଲୁ, ବଦ୍ରିନାଥ ଠାକୁର, ଓ.ଆର୍‌.ଡବ୍ଲୁ, ନିର୍ମଳ ଶର୍ମା, ଏ.ଡି.ଓ., ପଞ୍ଚାନନ ମିଶ୍ର, ଏ.ଡି.ଓ., ସୁଦାମ ସୁନା, ପରି·ଳନା ଏବଂ ବିଭିନ୍ନ ଦାୟୀତ୍ୱରେ ସହଯୋଗର ହାତ ବଢାଇ କାର୍ଯ୍ୟକ୍ରମକୁ ସଫଲତାର ରୂପାୟନ ଦେଇଥିଲେ ।

Leave A Reply

Your email address will not be published.