oom

ଛତ୍ରପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଉଦ୍ଦେଶ୍ୟରେ ୟୁଥ୍ ମାସ୍‌ ସେବା ସଂଘର ପ୍ରୟାସ ଯୋଜନା

jsmm

ବ୍ରହ୍ମପୁର , (କେ. ସତ୍ୟ ନାରାୟଣ ରେଡ଼୍‌ଡ୍ଡୀ) : ଛତ୍ରପୁରକୁ କ୍ଲିନ୍ ସିଟି କରିବା ଉଦ୍ଦେଶ୍ୟରେ ମାନୋ ୟା ନା ମାନୋ ଯୋଜନାର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଉଦ୍ଦେଶ୍ୟରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟୁଥ୍ ମାସ୍‌ ସେବା ସଂଘ ପକ୍ଷରୁ ଗତ ଜାନୁୟାରୀ ମାସ ୧୨ ତାରିଖ ଦିନ ଏକ ଅଭିନବ କାର୍ୟ୍ୟକ୍ରମ ସ୍ୱଚ୍ଛତା ଓ ପ୍ଲାଷ୍ଟିକ ମୁକ୍ତ କରିବା, ପଲିଥିନ୍ କୁ ନା କରିବା ପାଇଁ ମାନୋ ୟା ନା ମାନୋ ଅଫର୍‌ ଭଳି ସୁନ୍ଦର ଯୋଜନାର ଶୁଭାରମ୍ଭ ହୋଇଥିଲା । ପ୍ରତ୍ୟେକ ଲୋକ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଜରି / ପୋଲି ପ୍ୟାକ(ଯେଉଁ ଥିରେ ଏମଆରପି ଲେଖାଥିବ) ଏଣେତେଣେ ନପାକଇ ସଂଗ୍ରହ କରି ୟୁଥ୍ ମାସ୍‌ ସେବାର କାଉଣ୍ଟରରେ ଦାଖଲ କରି ଏକ ଉପହାର କୂପନ ନେଇଥିଲେ । ତାହାର ଲକି ଡ୍ର କୁପନ୍ ଉଠାଯାଇଛି । କୁପନ ବିଜେତା ମାନଙ୍କୁ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ୟୁଥ୍ ମାସ୍ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାର ଙ୍କ ସଂଯୋଜନାରେ ପୁରସ୍କାର ବିତରଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ବି.ଶ୍ରିନିବାସ, ପୂର୍ବତନ ସାଂସଦ ପ୍ରତିନିଧି ଆୟୁବ ଖାନ୍‌, ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ ଅତିଥି ଭାବେ ଯୋଗ ଦେଇ ଲକି ଡ୍ର ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ୟୁଥମାସ୍ ସେବା ସଂଘର ଅଧ୍ୟକ୍ଷ ବନମାଳି ନେପାକ, କେ.ରମେଶ, ତ୍ରିଲୋଚନ ବେହେରାଙ୍କ ସମେତ ସଂଘର ବହୁ ସଦସ୍ୟ ଓ ମାନ୍ୟଗଣ୍ୟବ୍ୟକ୍ତି ମାନେ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ପୁରସ୍କାର ବିତରଣ ଉତ୍ୱରେ ସହରର ବହୁ ବିଜେତା ମହିଳା ଓ ପୁରୁଷ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା ।

jittmm
Leave A Reply

Your email address will not be published.