ppurohit

ଆଷ୍ଟ୍ରୋହବ ଜ୍ୟୋତିଷ ଗବେଷଣା କେନ୍ଦ୍ରର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ

2nd

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର କୋର୍ଟ ଷ୍ଟେସନସାହି ସ୍ଥିତ ଆଷ୍ଟ୍ରୋହବ ଜ୍ୟୋତିଷ ଗବେଷଣା କେନ୍ଦ୍ରର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ ରବିବାର ପବିତ୍ର ରାମନବମୀ ତିଥୀରେ ଭେଙ୍କଟ ମହାଲକ୍ଷ୍ମୀ କୋଠଘର ପରିସରରେ ଅନୁଷ୍ଠିତ ହୋଇଯାଇଛି । କେ.ପି. ଜ୍ୟୋତିଷ ଶାସ୍ତ୍ରଜ୍ଞ ଦୀପକ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ, ଗବେଷକ, ବରେଣ୍ୟ କବି ତଥା ଜ୍ୟୋତିଷ-ଶାସ୍ତ୍ରବିତ ଭାନୁହଂସ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଜ୍ୟୋତିଷ ଶାସ୍ତ୍ରର ମହତ୍ତ୍ୱ ସହିତ ମାନବ ଜୀବନର ସାରାଂଶ ମଧ୍ୟରେ ତୁଳନା କରିଥିଲେ । ଛତ୍ରପୁର ପୌର-ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଶଙ୍କର ଚକ୍ଷୁ ଚିକିତ୍ସାଳୟର ଆଇନ ପରାମର୍ଶଦାତା ବି. ଶ୍ରୀନିବାସ, ଛତ୍ରପୁର ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ ମହାରଣା, ବିଜେଡିର ନଗର ସଭାପତି ବି. ରାଜିବାବୁ, ସରସ୍ଵତୀ ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ରନାଥ ଦାସ, ଛତ୍ରପୁର ରୋଟାରୀ କ୍ଲବ ସଭାନେତ୍ରୀ ରେଖା ମହାନ୍ତି, ଛତ୍ରପୁର ଠାକୁରାଣୀ ଯାତ୍ରାର ପରିଚାଳକ କେ. ଚନ୍ଦ୍ରଶେଖର ରେଡ୍ଡୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଜ୍ୟୋତିଷ-ହବ କେନ୍ଦ୍ରର ଉତ୍ତୋରତର ଉନ୍ନତି କାମନା କରିଥିଲେ । ବିଜେଡିର ନଗର ଉପ-ସଭାପତି ଅଟଳ ବିହାରୀ ପଟ୍ଟନାୟକ ଓ ଡ୍ରିମ୍ସ ଡ୍ୟାନ୍ସ ଏକାଡେମୀର ନିର୍ଦ୍ଦେଶକ ପୂର୍ଣ୍ଣଞ୍ଜୟ ଜେନା, ଏହି ଅବସରରେ ଉଲ୍ଲେଖନୀୟ କାର୍ୟ୍ୟ ନିମନ୍ତେ କିଛି ସମାଜସେବୀ ଓ ସାମ୍ବାଦିକଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ୟୁ-ଟ୍ୟୁବର ତୁଷାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.