oom

ପୋପା ତରଫରୁ ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରାକୁ ସ୍ଵାଗତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମାଞ୍ଚଳ ପିପୁଲ୍ସ ଫୋରମ୍ ପକ୍ଷରୁ ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରା ଆଜି ବଲାଙ୍ଗିରଠାରେ ପହଁଞ୍ଚିବା ଅବସରରେ ସ୍ଥାନୀୟ ଠିକାଦାରପଡା ଛକଠାରେ ପଶ୍ଚିମ ଓଡିଶା ପ୍ରଡ୍ୟୁସର୍‌ ଏସୋସିଏସ୍‌ଅନ୍‌ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ’ ଏହି ଯାତ୍ରା ଗତ ୨୨ ତାରିଖରୁ ବରଗଡ଼ ଜିଲ୍ଲା ନୃସିଂହନାଥ ମନ୍ଦିରରୁ ବାହାରି ପଶ୍ଚିମ ଓଡିଶାର ଦଶଟି ଜିଲ୍ଲା ପରିକ୍ରମା କରି ୨୯ ତାରିଖ ସୁନ୍ଦରଗଡ଼ର ସମଲେଶ୍ୱରୀ ମନ୍ଦିରରେ ଶେଷ ହେବ । ଏହି ଯାତ୍ରାରେ ସାମିଲ ଥିବା ସିନେ ଅଭିନେତା ମନୋଜ ମିଶ୍ର ତଥା ଅନ୍ୟ କଳାକାର, କବି, ଲେଖକ, ଏବଂ ଭାଷା ପ୍ରେମୀମାନଙ୍କୁ ପୋପାର କାର୍ଯ୍ୟକାରୀ ସଭାପତି ଶରତ ମହାକୁର, ସଂଗଠନ ସମ୍ପାଦକ ମାଧବ ବାରିକ, କପିଳେଶ୍ଵର ଖମାରି, ମୁରଲୀ ପତି ପ୍ରମୁଖ ଉପସ୍ଥିତ ରହି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

jittmm
Leave A Reply

Your email address will not be published.