ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଶହେ ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିବା ବେଳେ ୪୩ ଜଣ ଅଭିଯୋଗକାରୀଙ୍କ ଶୁଣାଣି ବିଚାରକୁ ନିଆଯାଇଥିଲା । ସେଥିମଧ୍ୟରୁ ପାନୀୟ ଜଳ ସମସ୍ୟା, ସମବାୟ ସମିତି, କୃଷି, ମନରେଗା, ଆବାସ ଯୋଜନା, ବିଦ୍ୟୁତ, ଭତ୍ତା, ଖାଦ୍ୟ ଯୋଗାଣ ଆଦି ବିଷୟକୁ ଗୁରୁତର ନେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏଥି ସହ ରେଡକ୍ରସ ତରଫରୁ ହିତାଧିକାରୀମାନଙ୍କୁ ତତ୍କାଳୀନ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ବୋଲି ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀ ସୂଚନା ଦେଇଛନ୍ତି । ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର, ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂହଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ତିନୋଟି ବ୍ଲକର ବିଡିଓ, ତହସିଲଦାର, ବନବିଭାଗ ଅଧିକାରୀ, ଶିକ୍ଷା ବିଭାଗ, ଅବକାରୀ ବିଭାଗ, ଗ୍ରାମ୍ୟ ପାନୀୟଜଳ ବିଭାଗ, ଖାଦ୍ୟ ଓ ଯୋଗାଣ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.