pr

ବଙ୍ଗୋମୁଣ୍ଡାରେ କିସ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବିତରଣ

dr. purohit

ବଙ୍ଗୋମୁଣ୍ଡା, (ଅଶୋକ କୁମାର ଭୋଇ) : କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ(କିସ)ର ଛାତ୍ରଛାତ୍ରୀମାନଙ୍କ ପାଇଁ କିସ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଚତୁର୍ଥ ପର୍ୟ୍ୟାୟରେ ଖାଦ୍ୟ ସାମଗ୍ରୀ, ସାନିଟାଇଜର ସହିତ ଟି-ସାର୍ଟ ପ୍ରଦାନ କରିଛନ୍ତି । ସ୍ୱତନ୍ତ୍ର କିଟ୍ ବିଶ୍ୱବିଦ୍ୟାଳୟର ବସ ଯୋଗେ ବଲାଙ୍ଗିରର ୧୪ ଟି ବ୍ଲକରେ ସାମଗ୍ରୀ ବିତରଣ କରାଯାଇଥିଲା । ଜିଲା ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତାମାନେ ଟି-ସାର୍ଟ, ଶୁଖିଲା ଖାଦ୍ୟ ସାମଗ୍ରୀ, ସାନିଟାଇଜର ଇତ୍ୟାଦି ବଣ୍ଟନ କରିବାରେ ସହଯୋଗ କରିଥିଲେ । ବଙ୍ଗୋମୁଣ୍ଡା ସ୍ଥିତ ଜମିଦାର ଭବନ ଠାରେ ବୁଧବାର ଦିନ କିସର ଛାତ୍ର ଛାତ୍ରୀଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । କିସ ଓ କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ଏଭଳି ଯୁଗାନ୍ତକାରୀ ମହାନ ପ୍ରୟାସକୁ ଆଦିବାସୀମାନେ ଭୁୟସୀ ପ୍ରଶଂସା କରିଛନ୍ତି । କିସ ତରଫରୁ ପ୍ରଦତ୍ତ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ୟ୍ୟରେ ଜିଲା ଆଦିବାସୀ କଲ୍ୟାଣ ସଂଘ, ବଙ୍ଗୋମୁଣ୍ଡା ବ୍ଲକର ସଭାପତି ଶରତ ଚନ୍ଦ୍ର ସିଂ ଭୋଇ, କାର୍ୟ୍ୟକର୍ତ୍ତା ମନୋରଞ୍ଜନ ଭୋଇ, ବସନ୍ତ ଭୋଇ, ଅଚ୍ୟୁତ ଭୋଇ, ଆଦିବାସୀ କଲ୍ୟାଣ ସଂଘ ସଂପାଦକ ମହାଦେବ ଭୋଇ, କୋଷାଧ୍ୟକ୍ଷ ଚକ୍ର ଜାନୀଙ୍କ ସହ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.